30.1 C
Bhubaneswar
Wednesday, January 21, 2026
Homeଓଡିଶାସରକାରଙ୍କ ବିରୋଧରେ ବିଜେଡିର ଆନ୍ଦୋଳନ

ସରକାରଙ୍କ ବିରୋଧରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର : ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସ‌ହଯୋଗୀମାନେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍‌ଓଙ୍କୁ ‌ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି।
ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ ଦାବିରେ ବିଜେଡ଼ି ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ। ଓଡ଼ିଆ ସରକାରୀ କର୍ମଚାରୀଙ୍କୁ ଜଣେ ଅଣ ଓଡ଼ିଆ ମାଡ ମାରିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ନମିଳିବା ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ଦଳ କହିଛି। ସରକାର ଓଡ଼ିଆ ଅସ୍ମିତା ପାଇଁ ନୁହେଁ ବିଜେପି ଅସ୍ମିତା ପାଇଁ କାମ କରୁଛି। ଯଦି ରାଜ୍ୟପାଳଙ୍କ ପୁଅ ଉପରେ କାର୍ୟ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ନିଆ ନଯାଏ ତାହାଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେଡ଼ି ଚେତାବନୀ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking