30.1 C
Bhubaneswar
Wednesday, January 21, 2026
Homeଓଡିଶାବିଜେପିର ଓଡ଼ିଆ ଅସ୍ମିତା ହେଉଛି ମିଛ ନାଟକ : ବିଜେଡି

ବିଜେପିର ଓଡ଼ିଆ ଅସ୍ମିତା ହେଉଛି ମିଛ ନାଟକ : ବିଜେଡି

 ଏଏସ୍ଓଙ୍କୁ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ
 ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁଣ୍ ମାଫ
 ନବୀନ ସରକାର ବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ଥିଲା
 ମୋହନ ସରକାରରେ ଆଇନର ସଜ୍ଞା ଭିନ୍ନ

ଭୁବନେଶ୍ୱର : ବିଜୁଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ, ମୋହନ ସରକାରରେ ନ୍ୟାୟମାଗିଲାରୁ ବଦଳିହେଲା । ରାଜଭବନରେ କାର୍ଯ୍ୟରତ ଏଏସ୍ଓଙ୍କୁ ଯେଉଁଭଳି ଭାବେ ତରବରିଆ ବଦଳି କରାଗଲା, ଏହା ସ୍ପଷ୍ଟ ପ୍ରମାଣିତ କରୁଛି, ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କ ଆତ୍ମସମ୍ମାନଙ୍କୁ ଦଳିମକଚି ଦେବାକୁ ଠିକା ନେଇଛନ୍ତି ବିଜେପି ସରକାର । ଜଣେ ଝାଡ଼ଖଣ୍ଡ ଲୋକଙ୍କ ଦ୍ୱାରା ଓଡ଼ିଆ ଏଏସ୍ଓ ଅଧିକାରୀ ମାଡ଼ ଖାଇଲେ, ରକ୍ତାକ୍ତ ହେଲେ । ତାଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଲା । ଅଧିକାରୀଜଣଙ୍କ ନ୍ୟାୟ ପାଇଁରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୋଲିସ୍ ପ୍ରଶାସନ ସଭିଁଙ୍କୁ ଜଣାଇଲେ, ହେଲେ କିଛି ହେଲାନି । ଅଧିକାରୀ ଜଣଙ୍କ ଏବଂତାଙ୍କ ପରିବାର ଏତେ ଅସହାୟ ହୋଇଗଲେ ଯେ, ଶେଷରେ ବାଧ୍ୟ ହୋଇ ରାଜଭବନ କାର୍ଯ୍ୟରୁ ବାହାରିବାକୁ ଇଚ୍ଛା ଦେଖାଇଲେ ।
ଡକ୍ଟର ସାମନ୍ତସିଂହାର ଆହୁରି କହିଥିଲେ ଯେ, ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସେ ଯାହା ଦୋଷ କରିବେ ଖସି ଯିବେ? କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛ ଘୁଂଚା ଦେଉଛନ୍ତି, ଏହାର ଜବାବ ସରକାରଙ୍କୁ ଦେବାକୁ ପଡ଼ିବ । ବିଜେପି ସରକାରରେ ଆଇନ ଦୁଇ ପ୍ରକାରରକି ? ସାଧାରଣ ଲୋକଙ୍କ ପାଇଁ ଆଇନ ଅଲଗା, ରାଜନୈତିକ ଲୋକଙ୍କ ପାଇଁ ଆଇନ୍ ଅଲଗା । ବିଜେଡ଼ି ସରକାର ସମୟରେ ଯିଏ ଗୁଣ୍ଡାଗିରି କରୁଥିଲେ ସେ ବିଧାୟକ ସାଂସଦ ମନ୍ତ୍ରୀ ଯିଏ ହୁଅନ୍ତୁ, କାହାକୁ ବି ନବୀନ ପଟ୍ଟନାୟକ ଛାଡ଼ିନଥିଲେ । ଆଇନ ସମସ୍ତଙ୍କ ପାଇଁ ସମାନ ଥିଲା, ହେଲେ ମୋହନ ସରକାରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଦିଲ୍ଲୀରୁ ପରିଚାଳିତ ରିମୋଟ ସରକାର ହାତରେ କ’ଣ ଏତିକି କ୍ଷମତା ନାହିଁ ଯେ ସେମାନେ ଆଇନ୍ ଅନୁଯାୟୀ ପଦକ୍ଷେପ ନେବେ । ସାରା ଭାରତରେ ଓଡ଼ିଶାର ଛବିକୁ ମଳିନ କରିଥିବା ଏହି ଘଟଣାକୁ ନେଇ ମୋହନ ମାଝୀ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ବର୍ତ୍ତମାନ ଓଡ଼ିଶାବାସୀ ଅସହାୟ । ଜଣେ ପୀଡ଼ିତ ପରିବାର ସମସ୍ତଙ୍କୁ ଗୁହାରି କରିଥିଲେବି ନ୍ୟାୟ ପାଇଲେନି । ଦୋଷକରିଥିବା ଅଣଓଡ଼ିଆ ଲୋକ କଲର ଟେକି ବୁଲୁଛନ୍ତି । ଆଉ ପୀଡ଼ିତ ଓଡ଼ିଆ ଲୋକଙ୍କ ଅସହାୟ ଅବସ୍ଥାରେ ବଦଳି ହେଉଛି । ଏହା କ’ଣ ଓଡ଼ିଆ ଅସ୍ମିତା ? ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking