ନୂଆପଡ଼ା / ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନରେ ଜୋର୍ ଧରିଲାଣି ନିର୍ବାଚନ ପ୍ରଚାର । ଓଡ଼ିଶା ସରକାର ଙ୍କ ବିଭିନ୍ନ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ ର ମଙ୍ଗ ଧରିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ବିଜୟ ପାଇଁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସହ ମିଶି ନେତା ମନ୍ତ୍ରୀ ସାଂସଦ ବିଧାୟକ ଙ୍କ ମିଳିତ ଉଦ୍ୟମ ଜାରି ରହିଛି । ଆଜି ନୁଆପଡା ଏନ.ଏ.ସି ୱାର୍ଡ ନମ୍ବର-୨, ଗଡତୋର ଠାରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ସଧାରଣ ଲୋକଙ୍କ ଏକ ବିଶାଳ ପଦଯାତ୍ରା ହୋଇଥିଲା । ଏହା ପରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମ ରେ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ । ଉପସ୍ଥିତ କର୍ମୀ ଓ ଜନସାଧାରଣ ଙ୍କୁ ନିଜ ଉଦବୋଧନ ରେ ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ ଯେ ଦେଶ ରେ ମୋଦୀ ଜି ଙ୍କ ଓ ରାଜ୍ୟରେ ମୋହନ ମାଝୀ ଙ୍କ ସରକାର ଚାଲିଛି, ଉଭୟ ଙ୍କ ହାତ ମଜଭୁତ କରିବାକୁ ନୂଆପଡାବାସୀ ମନସ୍ଥ କରି ସାରିଲେଣି । କାରଣ ଦେଶ ରେ ବିଜେପି ସରକାର୍ ହିଁ ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଦେଇ ପାରିଛି । ବିଜେପି ସବୁବେଳେ ସର୍ବବ୍ୟାପି ସର୍ବସ୍ପର୍ଷୀ ବିକାଶ କୁ ହିଁ ମୂଳ ମନ୍ତ୍ର କରିଛି । ପଦଯାତ୍ରା ସମୟରେ ଲୋକଙ୍କ ଘର ଘର ବୁଲି ପ୍ରଚାର ପତ୍ର ବାଣ୍ଟି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।









