18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରାହୁଲଙ୍କୁ ବିଜେପିର ଜଲେବି ଭେଟି

ରାହୁଲଙ୍କୁ ବିଜେପିର ଜଲେବି ଭେଟି

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠିଛି। ନିର୍ବାଚନ ଫଳାଫଳ ପରଠାରୁ ରାହୁଲ ଗାନ୍ଧି ଗାଏବ ଥିଲେ। ସେ କୌଣସି ବୟାନ ଦେଇନଥିଲେ କି ସୋସିଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ କରିନଥିଲେ। ଏବେ ହରିୟାଣା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ସେ ହଠାତ୍ ପ୍ରକଟ ହୋଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ହରିୟାଣାର ଫଳାଫଳକୁ ସେ ଅପ୍ରତ୍ୟାଶିତ ବୋଲି ବର୍ଣ୍ଣନା କରିଛନ୍ତି। ହରିୟାଣା ଗୋହନାର ମାତୁରାମର ଜଲେବି ରାହୁଲ ଗାନ୍ଧିଙ୍କୁ ଭାରି ପଡିଲାଣି। ସେ ଯେବେଠୁ ମଞ୍ଚ ଉପରୁ ଜଲେବିରୁ ରୋଜଗାର ସମ୍ଭାବନା ଏବଂ ବଡ଼ ଫ୍ୟାକ୍ଟ୍ରି ଲଗାଇବାକୁ କହିଥିଲେ, ସୋସିଆଲ ମିଡିଆରେ ସେବେଠୁ ବିଭିନ୍ନ ପ୍ରକାରର ମିମ୍ସର ଝଡ଼ ସୃଷ୍ଟି ହୋଇଛି।ହରଯିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ହଟ୍‌ ଟପିକ୍‌ ଥିଲା। ଏବେ କଂଗ୍ରେସ ହରିୟାଣାରେ ନିର୍ବାଚନ ହାରିବା ପରେ ବିଜେପି ଏହି ଜଲେବିକୁ ନେଇ ତାକୁ ଟାର୍ଗେଟ୍‌ କରିଛି। ରାହୁଲ ଗାନ୍ଧିଙ୍କ ଘରକୁ ବିଜେପି ଏକ କିଲୋ ଜଲେବି ପଠାଇଛି। ଏକଥା ଖୋଦ୍‌ ବିଜେପି ସୋଶାଲ ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି ସୂଚନା ଦେଇଛି।ହରିୟାଣାରେ ବିଜେପିର ହ୍ୟାଟ୍ରିକ୍‌ ପରେ ଦଳର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ହରିୟାଣାର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀ ଜୀଙ୍କ ଘରକୁ ଜଲେବି ପଠାଯାଇଛି।’ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ବିଜେପି ଟାର୍ଗେଟ୍‌ କରି ଏଭଳି ଟ୍ୱିଟ୍‌ କରିଛି।ବିଶେଷ କଥା ହେଉଛି ଏହି ଟ୍ୱିଟ୍‌ରେ ଅର୍ଡର ଡିଟେଲର ସ୍କ୍ରିନ୍‌ ସଟ୍‌ ମଧ୍ୟ ଆଟାଜ କରାଯାଇଛି, ଯେଉଁଥିରେ ଯେଉଁଥିରେ ୨୪ ଆକବର ରୋଡ ପାଇଁ କନଟ୍‌ ପ୍ଲେସ ବିକାନେରୱାଲା ମିଠା ଦୋକାନୀ ଠାରୁ ଜଲେବିଙ୍କ ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଜଲେବିର ମୂଲ୍ୟ ମଧ୍ୟ ଲେଖାଯାଇଛି, ୬୦୯ ଟଙ୍କା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking