14.1 C
Bhubaneswar
Thursday, December 11, 2025
Homeଓଡିଶାନୂଆପଡ଼ାର କୋମନା ବ୍ଲକରେ ବିଜେପିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ନୂଆପଡ଼ାର କୋମନା ବ୍ଲକରେ ବିଜେପିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ନୂଆପଡ଼ା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ନିର୍ବାଚନୀ ପ୍ରଚାର ଜୋର୍ ଧରିବାରେ ଲାଗିଛି । ଆଜି କୋମନା ବ୍ଲକ ଅଗ୍ରେନ୍ ପଞ୍ଚାୟତ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଶତାଧିକ ବିଜେଡି କଂଗ୍ରେସ ସମର୍ଥକ ବିଜେପି ରେ ସାମିଲ ହୋଇଥିଲେ । କାର୍ଯକ୍ରମ ରେ ଓଡ଼ିଶା ସରକାର ଙ୍କ ଜଙ୍ଗଲ,ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗ ଦେଇ ନୂଆଁ ସଦସ୍ୟ ଙ୍କୁ ଦଳ ରେ ସ୍ଵାଗତ କରିଥିଲେ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାଇ ନୂଆପଡ଼ାବାସୀ ନୂଆପଡାକୁ ଏକ ବିକଶିତ ଓ ଦାଦନ ମୁକ୍ତ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ନିଜର ବହୁମୂଲ୍ୟ ଭାଗିଦାରୀ ଦିଅନ୍ତୁ ବୋଲି ନେତୃବୃନ୍ଦ ଆହ୍ଵାନ ଦେଇଥିଲେ । କାର୍ଯକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୁନାଦେଇ ମଣ୍ଡଳ ସଭାପତି ଲୋକନାଥ ହୋତା ଙ୍କ ସମେତ ବହୁତ ସକ୍ରିୟ ସଦସ୍ୟ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking