15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶକଂଗ୍ରେସକୁ ଦାୟୀ କରି ଜୀବନ ହାରିଲେ ବିଜେପି କର୍ମକର୍ତ୍ତା

କଂଗ୍ରେସକୁ ଦାୟୀ କରି ଜୀବନ ହାରିଲେ ବିଜେପି କର୍ମକର୍ତ୍ତା

ବେଙ୍ଗାଲୁରୁ: ଶୁକ୍ରବାର ବେଙ୍ଗାଲୁରୁର ନାଗାୱାରା ଅଞ୍ଚଳରେ ବିନୟ ସୋମୈୟା ନାମକ ଜଣେ ୩୫ ବର୍ଷୀୟ ବିଜେପି କର୍ମକର୍ତ୍ତା ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ଲେଖିଥିବା ଏକ ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ ଜଣେ ସ୍ଥାନୀୟ କଂଗ୍ରେସ ନେତା ତାଙ୍କୁ ଫସାଇବା ପାଇଁ ମିଛ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିଥିଲେ। ଏହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ମୃତକ ନିଜ ମୃତ୍ୟୁଲେଖରେ ସିଧାସଳଖ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମକର୍ତ୍ତା ଟେନ୍ନେରା ମହିନା, ବିଧାୟକ ଏଏସ୍ ପୋନାନ୍ନା ଏବଂ ଅନ୍ୟମାନଙ୍କ ବିରୋଧରେ ମାନସିକ ପ୍ରତାରଣା, ଅତ୍ୟାଚାର ଏବଂ ମିଥ୍ୟା ମାମଲାରେ ଫସାଇ ଥିବାର ଅଭିଯୋଗ କରିଛନ୍ତି।

କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୋମୱାରପେଟର ମୂଳ ବାସିନ୍ଦା ବିନୟ “କୋଡାଗିନା ସମସ୍ୟେଗାଲୁ” ହ୍ୱାଟସଆପ୍ ଗ୍ରୁପର ପ୍ରଶାସକ (ଆଡ୍‌ମିନ) ଥିଲେ, ଯେଉଁଠାରେ କଂଗ୍ରେସ ବିଧାୟକ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆଇନଗତ ପରାମର୍ଶଦାତା ଏଏସ୍ ପୋନାନ୍ନାଙ୍କ ବିରୋଧରେ ଏକ ବିବାଦୀୟ ପୋଷ୍ଟ ସେୟାର କରାଯାଇଥିଲା। ଫଟୋରେ ଶ୍ରୀ ପୋନାନ୍ନା ଏକ ପାରମ୍ପରିକ କୋଡାଭା ପୋଷାକ ପିନ୍ଧି ଶୌଚାଳୟ ପାଖରେ ଠିଆ ହୋଇଥିଲେ। ଫଟୋ ସହିତ ଅପମାନଜନକ ଲେଖା ମଧ୍ୟ ଥିଲା।

ଏହାପରେ, ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଏବଂ ଗ୍ରୁପ୍‌ର ଆଡମିନ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିଲା, ଯେଉଁଥିରେ ବିନୟ ମଧ୍ୟ ସାମିଲ ଥିଲେ। ଏତଲା ପରେ ବିନୟଙ୍କୁ ଗିରଫ କରାଯାଇଥିଲା ଏବଂ ଜାମିନରେ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିବା ସତ୍ତ୍ୱେ ପୋଲିସ୍ ଏବଂ ବିଜେପି କର୍ମକର୍ତ୍ତାମାନେ ବିନୟଙ୍କୁ ଟାର୍ଗେଟ୍ କରୁଥିଲେ। ଦୀର୍ଘ ୨ମାସ ଧରି ଏଭଳି ମାନସିକ ଅବସାଦରେ ରହିବା ପରେ ସେ ବାଧ୍ୟହୋଇ ଆତ୍ମହତ୍ୟା କରୁଥିବା ନିଜ ଚିଠିରେ ଲେଖିଯାଇଛନ୍ତି। ଶେଷରେ ବିନୟ ଏହି ଚିଠି ମାଧ୍ୟମରେ ନିଜ ମାଆ, ପତ୍ନୀ ଏବଂ ଝିଅଙ୍କୁ “ସାମାଜିକ ଏବଂ ଆର୍ôଥକ “ସାହାଯ୍ୟ କରିବାକୁ କର୍ଣ୍ଣାଟକ ବିଜେପି ୟୁନିଟ୍‌କୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking