27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବିଜେପି ମହିଳା ନେତ୍ରୀଙ୍କ ଆତ୍ମହତ୍ୟା

ବିଜେପି ମହିଳା ନେତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଛି। ପୋଲିସ୍‌ର ସୂଚନା ଅନୁସାରେ, “ଦୀପିକା ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି। ପୋଲିସ୍‌ ଦୀପିକାଙ୍କ ସ୍ୱାମୀ, ପିଲା ଓ ପରିବାର ଲୋକଙ୍କ ସହ କଥା ହୋଇଛି। ହେଲେ ସେମାନେ କାହା ଉପରେ ବି ସନ୍ଦେହ ପ୍ରକାଶ କରିନାହାନ୍ତି। କିନ୍ତୁ ପୋଲିସ୍ ଘଟଣାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking