ଭୁବନେଶ୍ୱର: ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କାଲି ଶ୍ରୀରାମ ନବମୀ ଥିବାରୁ ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳିବ ଦଳ । ପ୍ରତି କାଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବେ । ବୁଥ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ । ସଦସ୍ୟମାନେ ଘରୁ ବ୍ୟଞ୍ଜନ ଆଣି ବୈଠକରେ ଏକାଠି ବସି ଖାଇବେ । କାଲିଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାଯ୍ୟକ୍ରମ ହେବ । କାଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ କହିଛନ୍ତି ମନମୋହନ ।