20.1 C
Bhubaneswar
Sunday, February 15, 2026
Homeଓଡିଶାରଙ୍ଗ ଓ ନାମ ବଦଳାଇବାର ସଂକୀର୍ଣ୍ଣ ମାନସିକତାରେ ପରିବର୍ତନ ଆଣୁ ବିଜେପି : କଂଗ୍ରେସ

ରଙ୍ଗ ଓ ନାମ ବଦଳାଇବାର ସଂକୀର୍ଣ୍ଣ ମାନସିକତାରେ ପରିବର୍ତନ ଆଣୁ ବିଜେପି : କଂଗ୍ରେସ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। କଂଗ୍ରେସ ନେତା ଡ. ସ୍ମୃତି ରଞ୍ଜନ ଲେଙ୍କା ନିଜ ବିବୃତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏଭଳି ବିତଣ୍ଡା ବିତର୍କର ଆହ୍ୱାନକୁ ଦୃଢ଼ ଭାବେ ନିନ୍ଦା କରିବା ସହ ବିଜେପି ସରକାର କେବଳ ରଙ୍ଗ ଓ ନାମ ପରିବର୍ତନ କରି ମିଛ ବାହାବାହା ନେବାପାଇଁ ଶସ୍ତା ରାଜନୀତି କରୁଛି ବୋଲି ପ୍ରକାଶ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ରାଜ୍ୟ ନୁହେଁ ବରଂ ବିଶ୍ୱର ବହୁ ପୂରାତନ ଛାତ୍ରଛାତ୍ରୀଙ୍କ ଭାବାବେଗ ସହିତ ଜଡ଼ିତ। ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି କ୍ଷେତ୍ରରେ ସରକାର ପ୍ରୟାସ କରିବା ପରିବର୍ତେ ଅଯଥା ଅପ୍ରସଙ୍ଗ ଗୁଡ଼ିକୁ ପ୍ରସଙ୍ଗ କରି ନିଜର ପ୍ରକୃତ ଦାୟିତ୍ୱ ଓ କର୍ତବ୍ୟରୁ ଓହରି ଯିବାପାଇଁ ପ୍ରୟାସ କରୁଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ନାମ ପରିବର୍ତନ କରି ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା କରାଗଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଉକ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ଶତକଡ଼ା ୫୦ ପଦବୀ ଖାଲି। ଓଡ଼ିଶାର ଅଧିକାଂଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇପାରି ନାହାନ୍ତି। ଏହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଜବାବ ଦେବାର ଆବଶ୍ୟକତା ଅଛି ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି। ଟି. ଇ. ରେଭେନ୍ସାଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟକୁ ଓଡ଼ିଆ ଅସ୍ମିତା ସହିତ ଯୋଡ଼ି ପ୍ରଶ୍ନ ଉଠାଇଥିବା ଶ୍ରୀ ପ୍ରଧାନ ରାଜ୍ୟର ମହାମହୀମ ରାଜ୍ୟପାଳଙ୍କ ପୁଅ ଜଣେ କର୍ତବ୍ୟରତ ଓଡ଼ିଆ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଏବଂ ଦେଶର ନିଟ ଓ ୟୁଜିସି ନେଟ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସରକାରଙ୍କର ଅପାରଗତାକୁ ନେଇ କେବେ ବିତର୍କର ଆହ୍ୱାନ କରିବେ ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି। ରାଜ୍ୟ ଶିକ୍ଷା ବିକାଶ କ୍ଷେତ୍ରରେ ଟି. ଇ ରେଭେନ୍ସାଙ୍କ ଅବଦାନକୁ ନେଇ ପ୍ରଶ୍ନ କରୁଥିବା କେନ୍ଦ୍ର ମନ୍ତ୍ରୀ, ଉତର ରଖିବାର ଆବଶ୍ୟକତା ଅଛିକି ସ୍ୱାଧୀନତା ସଂଗ୍ରାମ ସମୟରେ କେଉଁମାନେ ବ୍ରିଟିଶଙ୍କର ଦଲାଲ ସାଜି ସ୍ୱାଧୀନତା ସଂଗ୍ରାମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିଲେ, ସେତେବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଭୂମିକା କ’ଣ ଥିଲା ତାହାବି ବର୍ତମାନ ବିତର୍କର ବିଷୟ ବୋଲି ଡ. ଲେଙ୍କା ପ୍ରଶ୍ନ କରିଥିଲେ।

ଦଳର ଅନ୍ୟତମ ନେତ୍ରୀ ଡ. ମନୀଷା ଦାସପଟ୍ଟନାୟକ ଆଜିର ସମ୍ମିଳନୀରେ ଯୋଗଦେଇ ପ୍ରଶ୍ନ କରିଥିଲେ କି କେବଳ ନାମ ବଦଳାଇବା ରାଜନୀତି କଲେ ରାଜ୍ୟ ଏବଂ ଦେଶବାସୀଙ୍କର କି ବିକାଶ ହୋଇପାରିବ। ୧୫୬ ବର୍ଷର ଗୌରବମୟ ଇତିହାସ ବହନ କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପାଇଁ ହଠାତ କ’ଣ ପାଇଁ ଶ୍ରୀଯୁକ୍ତ ପ୍ରଧାନଙ୍କର ତତ୍ପରତା ପ୍ରକାଶ ପାଇଲା ତାକୁ ନେଇ ଡ. ଦାସପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପରିବର୍ତେ ସର୍ବପୂରାତନ ବିଶ୍ୱବିଦ୍ୟାଳୟର ନାମ ପରିବର୍ତନର ପ୍ରୟାସ ଏକ ହୀନମନ୍ୟତାର ପରିଚୟ ବୋଲି ସେ ପ୍ରକାଶ କରିଥିଲେ। ଦେଶ ଓ ରାଜ୍ୟର ଯୁବକ ମାନଙ୍କ ବିକାଶ କ୍ଷେତ୍ରରେ ଅନେକ କାର୍ଯ୍ୟ ଓ ଯୋଜନା କେବଳ କାଗଜ କଲମରେ ସିମିତ ହୋଇ ରହିଥିବା ବେଳେ ଏ ସବୁର ସଫଳ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ପରିବର୍ତେ ଅଯଥା ପ୍ରସଙ୍ଗ ବିହୀନ ବିତର୍କରୁ ଦୂରେଇ ରହିବାପାଇଁ ଶ୍ରୀ ପ୍ରଧାନଙ୍କୁ ସେ ଆହ୍ୱାନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking