30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶରାହୁଲଙ୍କ ପାଇଁ ଜଲେବି ପଠାଇଲା ବିଜେପି

ରାହୁଲଙ୍କ ପାଇଁ ଜଲେବି ପଠାଇଲା ବିଜେପି

ଚଣ୍ଡିଗଡ଼: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପରେ ପରେ ପ୍ରଦେଶ ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ତାତ୍ସଲ୍ୟ ଭରା ଉପହାର ପଠାଯାଇଛି। ରିପୋର୍ଟ ଅନୁସାରେ ପ୍ରଦେଶ ବିଜେପି ପକ୍ଷରୁ ରାହୁଲଙ୍କ ଠିକଣାରେ ୧ କିଲୋଗ୍ରାମ ଓଜନର ଜଲେବି ପଠାଯାଇଛି। ଏସମ୍ପର୍କରେ ବିଜେପି ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ଟ୍ୱିଟ୍‌ରେ ଜଲେବି ଅର୍ଡର ଡିଟେଲର ସ୍କ୍ରିନ୍‌ସଟ୍‌କୁ ମଧ୍ୟ ବିଜେପି ଆଟାଚ୍ କରିଛି। ଏଥିରେ ୨୪ ଆକବର ରୋଡ୍ ପାଇଁ କନଟ୍ ପ୍ଲେସ ବିକାନେରୱାଲା ମିଠା ଦୋକାନୀ ଠାରୁ ଜଲେବିଙ୍କ ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଜଲେବିର ମୂଲ୍ୟ ମଧ୍ୟ ୬୦୯ ଟଙ୍କା ବୋଲି ଉଲ୍ଲେଖ କରାଯାଉଛି।

ସୂଚନାଯୋଗ୍ୟ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାହୁଲ ଏଠାରେ ଏକ ସଭାରେ କହିଥିଲେ ଯେ, ସେ ଗୋହନାର ମାତୁରାମର ଜଲେବି ଖାଇବା ପରେ ଏହାକୁ ନେଇ ରୋଜଗାର ସମ୍ଭାବନା ରହିଥିବା ଅନୁଭବ କରୁଛନ୍ତି। ଏଦିଗରେ ସେ ଏକ ବଡ଼ ଫ୍ୟାକ୍ଟ୍ରି ମଧ୍ୟ ଲଗାଇବାକୁ କହିଥିଲେ। ରାହୁଲ କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ। କେବଳ ସେତିକି ନୁହେଁ ମଞ୍ଚ ଉପରୁ ସେ ଜଲେବି ମଧ୍ୟ ଖାଇବାର ଦେଖିବାକୁ ମିଳିଥିଲା। ବାସ୍ତବରେ ହରିଆଣାରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଏକ୍‌ଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିବା ପରେ ପରେ କଂଗ୍ରେସ ମାତ୍ରାଧିକ ଉତ୍ସାହିତ ହୋଇପଡିଥିଲା। ଏହି ସମୟରେ ହିଁ ଜଲେବି ସମ୍ପର୍କରେ ରାହୁଲଙ୍କ ଉପରୋକ୍ତ ବୟାନ ସାମ୍ନାକୁ ଆସିଥିଲା। ତେବେ ଏବେ ଯେତେବେଳେ ବିଜେପି ଏଠାରେ ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି ସେତେବେଳେ ରାହୁଲଙ୍କୁ ଏହି ଜଲେବିକୁ ନେଇ କଟାକ୍ଷ କରିଛି ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking