ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି
ପାଖାପାଖି ୧୬୦ଟି ଦେଶରୁ ପ୍ରବାସୀ ଭାରତୀୟ ଅତିଥି ଆସିବେ
୩ ଦିନରେ ମହାମହିମ ରାଷ୍ଟ୍ରପତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ଦେଶ ତଥା ବିଦେଶରୁ ଅନେକ ମାନ୍ୟଗଣ ଅତିଥି ଆସିବେ
ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରଂପରାକୁ ବ୍ୟାପକ କରିବାର ଅବସର ଆସିଛି
ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ
ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା; ବିଶେଷ ଭାବେ ଡାକ୍ତରଖାନା, ରେଳ ଷ୍ଟେସନ, ବସଷ୍ଟାଣ୍ଡ, କୋର୍ଟ ପରିସର, ସାଧାରଣ ସ୍ଥାନଗୁଡିକରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି
୩ ଦିନ ଧରି ଭୁବନେଶ୍ୱରରେ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି
୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରେ ପଂହଚିବେ ପ୍ରଧାନମନ୍ତ୍ରୀ, ବିମାନବନ୍ଦରରେ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଉଛି ବିଜେପିର ମୁଳ ଲକ୍ଷ୍ୟ । କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଓଡିଶାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮, ୯ ଓ ୧୦ ତାରିଖ ତିନି ଦିନ ଧରି ପ୍ରଥମ ଥର ପାଇଁ ଓଡ଼ିଶାରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ବୈଶ୍ୱିକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁ ଓଡ଼ିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ବୃଦ୍ଧି ପାଇବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧପରିକର । ଶ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଗରୀବ, ଯୁବକ, କୃଷକ ଓ ମହିଳା କଲ୍ୟାଣ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଭିତିଭୂମିକୁ ସୁଢ଼ୃଢ଼ କରିବା ପାଇଁ ବିମାନ ଚଳାଚଳ, ରେଳ ଓ ସଡ଼କ ପରିବହନ ଉପରେ ଗୁରୁତ୍ୱ ଦିଆଯାଇ ପର୍ଯ୍ୟାପ୍ତ ବିନିଯୋଗ କରଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଏକାକୀ ସରକାର ଗଠନ କରିବା ପରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗତ ମାସରେ ଓଡିଶାରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଯୋଗଦେଇ ୩ ଦିନ ଓଡିଶାରେ ରହିଥିଲେ । ସେହିପରି ନୈାସେନା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଯୋଗ ଦେଇଥିଲେ ।
ଏବେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ଏଥିପାଇଁ ଗତ ୩ ମାସ ହେଲାଣି ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଏବଂ ବୈଦେଶିକ ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଏହା ହେଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ । ପାଖାପାଖି ୧୬୦ଟି ଦେଶରୁ ପ୍ରବାସୀ ଭାରତୀୟ ଅତିଥି ଆସିବେ । ଏହାଦ୍ୱାରା ଓଡ଼ିଶାରେ ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରଂପରାକୁ ବ୍ୟାପକ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିଯୋଗୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଅନ୍ୟ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଓଡିଶାର ବିକାଶ ପାଇଁ ମୋଦିଜୀ ଆଣି ଦେଇଥିବା ଏଭଳି “ଅପାର ସମ୍ଭାବନାକୁ ବାସ୍ତବ ରୂପ” ଦେବାର ସୁଯୋଗ ଆମ ସମସ୍ତଙ୍କ ପାଖକୁ ଆସିଛି । ବସୁଧୈଃବ କୁଟୁମ୍ବକମ : “ସମଗ୍ର ବିଶ୍ୱ ହେଉଛି ମୋ ପରିବାର” । ଏହି ବାର୍ତାର ମହତ୍ୱ ଓ ଗୁରୁତ୍ୱକୁ ପ୍ରବାସୀଙ୍କ ଜରିଆରେ ବିଶ୍ୱକୁ ପହଂଚାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଳିଭାବେ ପ୍ରୟାସ କରିବାକୁ ପଡ଼ିବ ।
ଏହି ୩ ଦିନରେ ମହାମହିମ ରାଷ୍ଟ୍ରପତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ଦେଶ ତଥା ବିଦେଶରୁ ଅନେକ ମାନ୍ୟଗଣ ଅତିଥି ଆସିବେ । ଅତିଥିମାନଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ବିଜେପି କାର୍ଯ୍ୟକର୍ତା ପ୍ରସ୍ତୁତ ଅଛନ୍ତି । ରାଜଧାନୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ସଫାସୁତୁରା କରାଯାଉଛି । ଆଜି ୬ ଏବଂ ଆସନ୍ତାକାଲି ୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା; ବିଶେଷ ଭାବେ ଡାକ୍ତରଖାନା, ରେଳ ଷ୍ଟେସନ, ବସଷ୍ଟାଣ୍ଡ, କୋର୍ଟ ପରିସର, ସାଧାରଣ ସ୍ଥାନଗୁଡିକରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ୩ ଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି । ଏ ସମସ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସୁଥିବା ଅତିଥିଙ୍କୁ ଉପସ୍ଥିତ ଥିବା ବିଜେପି କାର୍ଯ୍ୟକର୍ତାମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାର୍ଟି ତରଫରୁ ବରିଷ୍ଠ ନେତୃବୃନ୍ଦଙ୍କୁ ଦାୟିତ୍ୱ ବଂଟନ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ଉପସ୍ଥିତ ଥିଲେ ।