23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ

ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତାପ ଷଡଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ ବସିଛି । ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଆଜି ସକାଳୁ ଦୁଇଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ଏଥିପାଇଁ ଦିଲ୍ଲୀରେ ସାଂସଦ ମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ତା ଉପରେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking