21.1 C
Bhubaneswar
Monday, December 22, 2025
Homeଅପରାଧଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ନେତା ମୃତ

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ନେତା ମୃତ

ପାଟନା: ବିହାର ରାଜଧାନୀ ପାଟନା ସହରରେ ଲୁଟେରାଙ୍କ ଗୁଳିମାଡରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ମୃତ ବିଜେପି ନେତାଙ୍କ ନାଁ ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନା ଶର୍ମା (୫୫)। ସୋମବାର ଭୋର ପ୍ରାୟ ୪.୩୦ ସମୟରେ ପାଟନା ସହରର ଚୌକ୍ ପୁଲିସ ଷ୍ଟେସନ ଅଞ୍ଚଳ ମଙ୍ଗଲ ତାଲାବ ନିକଟ ମନୋଜ କମଲିଆ ଗେଟ୍ ଠାରେ ଶ୍ୟାମ ସୁନ୍ଦର ଶର୍ମାଙ୍କୁ ଗୁଳିମାଡ ହୋଇଛି। ଶ୍ୟାମ ସୁନ୍ଦର ବିଜେପିର ପାଟନା ସିଟି ଚୌକର ପୂର୍ବତନ ମ୍ୟୁନିସିପାଲିଟି ବୋର୍ଡ ସଭାପତି ଥିଲେ। ଗତକାଲି ତାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା। ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ। ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ୩ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ସୁନା ଚେନ୍‌ଟିକୁ ଲୁଟ୍ କରି ନେଇଯିବାକୁ ଚାହିଁଥିଲେ। ଏପରିକି ଜଣେ ଦୁର୍ବୃତ୍ତଙ୍କ ସହିତ ତାଙ୍କର ଟଣାଓଟରା ମଧ୍ୟ ହୋଇଥିଲା। ସେହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲା। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଚେନ୍ ନନେଇ ତରବରରେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଶ୍ୟାମ ସୁନ୍ଦରରେ ସେଠାରେ ଟଳିପଡ଼ିଥିଲେ। ତେବେ ଏସବୁ ଘଟଣାର ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି। ପୁଲିସ ଏବେ ଏହାକୁ ଭଲ ଭାବେ ଯାଞ୍ଚ କରୁଥିବା ବେଳେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରିଛି। ଘଟଣା ସ୍ଥଳରେ ପହଞ୍ôଚବା ବେଳକୁ ଶ୍ୟାମ ସୁନ୍ଦରଙ୍କ ବେକରେ ସୁନା ଚେନ୍ ଥିବା ବେଳେ ମୋବାଇଲ୍ ଲୁଟ୍ ହୋଇଥିବା ପୁଲିସ୍ ସ୍ପଷ୍ଟ କରିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ୟାମ ସୁନ୍ଦରଙ୍କ ଦେହାନ୍ତ ହୋଇଛି। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ ନାଳନ୍ଦା ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପଛରେ ରାଜନୈତିକ ଅଭିସନ୍ଧି ଦିଗ ଉପରେ ମଧ୍ୟ ପୁଲିସ୍ ସନ୍ଦେହ କରୁଥିବା ଏବଂ ଏହି ଆଧାରରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking