19.1 C
Bhubaneswar
Monday, December 8, 2025
Homeଓଡିଶାଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି: ଖଡ୍‌ଗେ  

ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି: ଖଡ୍‌ଗେ  

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ସମାବେଶରେ ରାହୁଲ ଗାନ୍ଧି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁ ଗୋପାଳ ବି ସାମିଲ ଅଛନ୍ତି । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ  ସମ୍ବୋଧନ ପରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବକ୍ତବ୍ୟ ରଖିଛନ୍ତି ।   ବରପୁତ୍ରଙ୍କୁ ସ୍ମରଣ କଲେ ଏଆଇସିସି ଅଧ୍ୟକ୍ଷ ।  ଆହୁରି କହିଛନ୍ତି, ଓଡିଶାକୁ ସବୁବେଳେ ଗୁରୁତ୍ୱ ଦେଇଚି କଂଗ୍ରେସ । ପାରାଦୀପ, ହୀରାକୁଦ ଦେଇଛି କଂଗ୍ରେସ ।  କଂଗ୍ରେସ ଦେଇଛି ଏନଟିପିସି, ନାଭାଲ ଏକାଡେମୀ ।  ରେଳ କୋଚ ଫ୍ୟାକ୍ଟ୍ରି କରିଥିଲା କଂଗ୍ରେସ ।  କଂଗ୍ରେସ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା କରିଛି ।  ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ନେହେରୁ ।  ମିଛରେ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜପେି ।କଂଗ୍ରେସ ଓଡିଶାକୁ ଅନେକ କିଛି ଦେଇଛି ।  ଯାହା ଦେଇଛୁ  ମୋଦୀ ସବୁକିଛି ବିକ୍ରି କରୁଛନ୍ତି ।  ମାଇନ୍ସ , ଜମି, ପାଣି, ସବୁ ବିକୁଛନ୍ତି ମୋଦୀ । ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରାଯାଉଛି ।  କଂଗ୍ରେସ ଓଡିଶାରେ ଜିତିଲେ ଦେଶରେ ଜିତିବ ।  ଇଣ୍ଡଷ୍ଟ୍ରି ପାଇଁ କଟା ଯାଉଛି ଜଙ୍ଗଲ ।  ମୋଦୀଙ୍କ ଏଜେଣ୍ଡା ସମ୍ବିଧାନ ଶେଷ କରିବା । ସମ୍ବିଧାନ ବିରୋଧରେ କହୁଛି ବିଜେପି ।  ବିଜେପି ସବୁ ଧର୍ମକୁ ବାଣ୍ଟୁଛି ।  ସିବିଆଇ , ଇଡିର ଭୟ ଦେଖାଉଛନ୍ତି ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking