27.1 C
Bhubaneswar
Friday, December 5, 2025
Homeଓଡିଶାଆସନ୍ନ ପରାଜୟକୁ ନେଇ ବିଜେପି ଭୟଭୀତ: ପ୍ରୀତିରଞ୍ଜନ

ଆସନ୍ନ ପରାଜୟକୁ ନେଇ ବିଜେପି ଭୟଭୀତ: ପ୍ରୀତିରଞ୍ଜନ

ଆମକୁ ଡରାଇ ଭୋଟ ହାତେଇବା ରାଜନୀତିକୁ ଲୋକେ ଜବାବ ଦେବେ
ରାତି ଅଧିଆ ଆଇପିଏସ୍ ଅଫିସରଙ୍କୁ କାହିଁକି ନିଯୁକ୍ତି ଦିଆଗଲା?

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଏକ ସମ୍ୱେଦନଶୀଳ ନିର୍ବାଚନ । ବିଜେପି ଜାଣିସାରିଲାଣି ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ । ସେଥିପାଇଁ ପୁଲିସ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ଶାସକ ଦଳ ବ୍ୟବହାର କରୁଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି । ଆଜି ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଘଡେଇ କହିଛନ୍ତି ଯେ, ନୂଆପଡ଼ା ଭୋଟ ଗ୍ରହଣ ପୂର୍ବରୁ ବିଜେପି ଦେଖାଇଦେଲା ଯେ ଓଡ଼ିଶାରେ ଗଣତନ୍ତ୍ର ଆଉ ସୁରକ୍ଷିତ ନୁହେଁ । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ, ରାତି ଅଧିଆ ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏଠି ନିର୍ବାଚନ ଦାୟୀତ୍ୱ ଦିଆ ଯାଉଛି ଯାହାଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ଲାଗିଚି । ନ୍ୟାସ୍ନାଲ ହେରାଲ୍ଡ ମାମଲାରେ ତାଙ୍କ ଭୂମିକା ସନେ୍ଦହଜନକ । ଆଉ ନୂଆପଡ଼ାର ଆରକ୍ଷୀ ଅଧିକ୍ଷକ ତାଙ୍କୁ ସହଯୋଗ କରି ବିରୋଧୀ ଦଳ ନେତାଙ୍କୁ ନିର୍ଯାତନା ଦେଉଛନ୍ତି । ବିନା ଆଦେଶରେ ଚଢ଼ାଉ କରୁଛନ୍ତି । ବିଜେପି ପ୍ରତି ନିଜ ଆନୁଗତ୍ୟ ପ୍ରମାଣ କରିବା ପାଇଁ ବିଜେଡି ନେତାଙ୍କୁ ହଇରାଣ କରୁଛନ୍ତି । ଆଜି ବେଆଇନ ଭାବେ ମୁଁ ରହୁଥିବା ସ୍ଥାନରେ ଯେପରି ଚଢ଼ାଉ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶା ଇତିହାସରେ କୁପରମ୍ପରା ଆରମ୍ଭ କରୁଛି ବିଜେପି ।

ଶ୍ରୀ ଘଡେଇ କହିଥିଲେ ଯେ, ନିର୍ବାଚନ କମିଶନ ସବୁ ଦେଖୁଛନ୍ତି । ତୁରନ୍ତ ଏହି ଆଇପିଏସ ଅଧିକାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ହଟାନ୍ତୁ । ଗଣତନ୍ତ୍ରକୁ ସୁରକ୍ଷା ନଦେଲେ ଏହି ଅନୁଷ୍ଠାନ ଉପରୁ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ । ନୂଆପଡ଼ାର ଲୋକେ ଶାନ୍ତି, ସମ୍ମାନ ଓ ସୁରକ୍ଷା ଚାହୁଁଛନ୍ତି । ବିଜେପି ସରକାର ଜାଣି ରଖନ୍ତୁ ଆମକୁ ଭୟଭୀତ କରି ଭୋଟ ନିଜ ସପକ୍ଷରେ ନେବା ପାଇଁ ହୀନ ଉଦ୍ୟମ କରିବା କଦାପି ଗ୍ରହଣୀୟ ନୁହେଁ । ଲୋକେ କ୍ଷମା ଦେବେନି ବୋଲି ଶ୍ରୀ ଘଡେଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking