32.1 C
Bhubaneswar
Monday, July 8, 2024
Homeଓଡିଶାଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି : ପ୍ରମିଳା ମଲ୍ଲିକ

ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:  ରତ୍ନଭଣ୍ଡାର ଖୋଲିବା ପାଇଁ ନୂଆ କମିଟି ଗଠନ କରିଛନ୍ତି ମୋହନ ସରକାର । ୧୬ ଜଣିଆ କମିଟି ଗଠନ ପରେ ଆରମ୍ଭ ହୋଇଛି ରାଜନୀତି । ପୁରୁଣା କମିଟିକୁ ଭଙ୍ଗାଯିବା ଓ ନୂଆ କମିଟି ଗଠନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତଙ୍କ ଭଳି ସୁନାମଧନ୍ୟ ବ୍ୟକ୍ତିଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଯାଇଛି । ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ତାହା ଓଡ଼ିଶାବାସୀ ଜାଣିଛନ୍ତି । କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେବେଳେ ମନା କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡି ଘେରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୃଥ୍ୱୀରାଜ କହିଛନ୍ତି, ରତ୍ନଭଣ୍ଡାର କମିଟି କାହିଁକି ଭାଙ୍ଗିଲା ବୋଲି ପ୍ରମିଳା ମଲ୍ଲିକ ପଚାରିବା ଦୁର୍ଭାଗ୍ୟଜନକ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି ବିଜେଡି ସରକାର ରାଜ୍ୟରେ ୨୪ ବର୍ଷ ଶାସନ କଲେ । ୨୪ ବର୍ଷରେ ରତ୍ନଭଣ୍ଡାର ଖୋଲିପାରିଲେନି । ଏବେ ପଚାରୁଛନ୍ତି । ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି । କମିଟି ଗଠନ କରିଛନ୍ତି । ରତ୍ନଭଣ୍ଡାର ଯଥା ସମୟରେ ଖୋଲା ଯାଇ ଗଣତିମଣତି କରାଯିବ । ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି ହେବା ସହ ସଂରକ୍ଷଣ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking