ଭୁବନେଶ୍ୱର: ବିରୋଧୀ ହୀନ ରାଜନୀତି କରୁଛନ୍ତି କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଏହା ହୀନ ରାଜନୀତି, ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଦିଲ୍ଲୀରେ ପ୍ରେସମିଟ୍ କରୁଛନ୍ତି, ସେମାନେ ଏଡିଶାର ଡେମୋଗ୍ରାଫି ଜାଣିନାହାଁନ୍ତି । ପୂର୍ବତନ ସିଏମଙ୍କ ସମୟରେ କାହାକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥିଲା କି ବୋଲି ବିରୋଧିଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରମିଳା ମଲ୍ଲିକଙ୍କ ଘରେ ଜଣେ ମରି ଯାଇଥିଲେ, ତା’ ଉପରେ କହିବେ କି ବୋଲି ପଚାରିଲେ ବିଜେଡି ମୁଖପାତ୍ର ମନୋଜ । ଲେଖାଶ୍ରୀଙ୍କୁ ଅଭ୍ୟାସଗତ ବିରୋଧୀ ବୋଲି କହିଲେ ମନୋଜ । କଳିଙ୍ଗ ନଗର ଗୁଳିକାଣ୍ଡରେ ତଦନ୍ତ ପରେ କେହି ଜଣେ ଧରାପଡିଲେ କି ବୋଲି ମଧ୍ୟ ପଚାରିଲେ ବିଜେଡି ମୁଖପାତ୍ର ମନୋଜ ମହାପାତ୍ର ।










