26.1 C
Bhubaneswar
Thursday, September 19, 2024
Homeଓଡିଶାବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି: ବିଜେଡି

ବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି: ବିଜେଡି

– ମହାମନିଷୀଙ୍କୁ ଅପବାଦରେ ପକାଉଛି ବିଜେପି
– ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡ଼ିଶାରେ ଇନଷ୍ଟିଚ୍ୟୁଟ୍ ଅଫ ଏମିନେନ୍ସ ସ୍ଥାପନ କରିବାକୁ ଦାବି ରଖିବ କି ବିଜେପି ?

ଭୁବନେଶ୍ୱର : ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି । ଇତିହାସକୁ ଚର୍ଚ୍ଚା କରିବା ବେଳେ ଦୃଷ୍ଟିଭଙ୍ଗୀର ପ୍ରମୁଖ ଭୂମିକା ରହିଛି । ବିଜେପି ଓ କିଛି ବ୍ୟକ୍ତିବିଶେଷ ରେଭେନ୍ସାର ଐତିହ୍ୟକୁ ନିନ୍ଦା କରିବାକୁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ କଲା ବିଜେଡି । ଓଡଶି ।କୁ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ମଧୁ ବାବୁ, ଫକୀର ମୋହନ ସେନାପତି ଏବଂ ଉତ୍କଳ ସମ୍ମିଳନୀର ବିଭିନ୍ନ ମହାମନିଷୀମାନଙ୍କ ପ୍ରତି ଅତି କଟୁ ମନ୍ତବ୍ୟ ଦେଇ ଆସୁଛି ବିଜେପି । ନଅଙ୍କ ଦୁର୍ଭିକ୍ଷ ପାଇଁ ଯଦି ଟି. ରେଭେନ୍ସା ଦାୟୀ ତା’ ହେଲେ କୋଭିଡ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଯାହାକୁ ନାହିଁ ତାକୁ ବଦନାମ କରିବା ଏହା ଓଡ଼ିଶାର ପରମ୍ପରା ନୁହେଁ । ବିଜୁ ବାବୁ କି ଫକୀର ମୋହନ କ’ଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି ? ରେଭେନ୍ସା ବୋର୍ଡ ବଦଳାଇବାକୁ ଚେଷ୍ଟା କରୁଛେ, କିନ୍ତୁ ଗୋଟେ ନୂଆ ଅନୁଷ୍ଠାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି । ୧୫୦ ବର୍ଷରୁ ଅଧିକ ହେଲାଣି ରେଭେନ୍ସା ଛିଡା ହୋଇଛି । ଗୌରବମୟ ଇତିହାସକୁ କଳୁଷିତ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଓଡ଼ିଶାରେ ଏକ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସକୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଡଃ ମହାନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ମୁଖପାତ୍ର ବିଶ୍ୱ ପ୍ରତାପ ସାହୁ ଓ ଅରୁପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking