ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟ କରିଛନ୍ତି । ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମନମୋହନ ପ୍ରେସମିଟ କରିଛନ୍ତି । କହିଛନ୍ତି, ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା । ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ । ପୂର୍ୱ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ଦୀର୍ଘ ସମୟ ଧରି ସରକାରରେ ଥିଲେ କରିପାରିଲେ ନାହିଁ । ଉଭୟ କଂଗ୍ରେସ ଓ ବିଜେଡି ଓବିସିଙ୍କୁ ଅବହେଳା କରିଛନ୍ତି । ସବୁବେଳେ ମଣ୍ଡଳ କମିଶନ ସପକ୍ଷରେ ବିଜେପି ରହିଛି ।