28.1 C
Bhubaneswar
Sunday, June 30, 2024
Homeଓଡିଶାଦୁର୍ନୀତି, ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ : ସଜ୍ଜନ ଶର୍ମା

ଦୁର୍ନୀତି, ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ : ସଜ୍ଜନ ଶର୍ମା

 ଜଳସେଚନ, ଜଳସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରିଛନ୍ତି

 ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଚଳୁ କରିଥିଲା ବିଜେଡି
 ୨୫ବର୍ଷ ଶାସନରେ ବିଜେଡି ସରକାର ମହାନଦୀ ନୁହେଁ, ରାଜ୍ୟର କୈାଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ କରିପାରି ନାହାନ୍ତି
 ନବୀନ ବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ବିଜେପି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର  : ବିଜେଡି ସରକାର ୨୫ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ସତ୍ୱେ ରାଜ୍ୟର ସାମୁହିକ ସ୍ୱାର୍ଥକୁ ଅଣଦେଖା କରି ଚାଲିଥିଲା । ଫଳସ୍ୱରୁପ ଓଡିଶାର ବିକାଶ ବାଧାପ୍ରାପ୍ତ ହେଲା । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ ନେତାମାନେ ସ୍ୱର୍ଣ୍ଣଗର୍ଭା ଓଡିଶାକୁ ଲୁଟ୍ କରିଛନ୍ତି । ବିଜେଡି ଶାସନରେ ଅଣନିଶ୍ୱାସୀ ଓଡିଶାବାସୀ ପରିବର୍ତନ ମୁହାଁ ହୋଇ ବିଜେପିକୁ ଶାସନ ଭାର ଦେଲେ । ଆଜି ଯେତେବେଳେ ଧୀରେ ଧୀରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ସାମ୍ନାକୁ ଆସୁଛି, ବିବ୍ରତ ହୋଇ ବିଜେଡିର ନେତାମାନେ ଗଣମାଧ୍ୟମକୁ ପୁଣି ଥରେ ବିଭ୍ରାନ୍ତ ବକ୍ତବ୍ୟ ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ଶର୍ମା କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ଧରି ବିଜେଡି ସରକାର ଶୋଇ ରହିଥିଲା । ଓଡିଶାରେ ଅପାର ସମ୍ଭାବନା ସତ୍ୱେ ନିଜ ଅପାରଗତା ଏବଂ ଦୁରଦୃଷ୍ଟି ଅଭାବ କାରଣରୁ ବିଜେଡି ସରକାର ହିରାକୁଦ ନଦୀବନ୍ଧର ତଳ ଭାଗରେ ଗୋଟିଏ ହେଲେ ବନ୍ଧ ନିର୍ମାଣ କରିପାରିଲେ ନାହିଁ । କେବଳ ମହାନଦୀ ନୁହେଁ, ରାଜ୍ୟର କୌଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ ସଂପୂର୍ଣ୍ଣ କରିପାରିଲେ ନାହିଁ । ଜଳସେଚନ, ଜଳସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରାଗଲା । ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଚଳୁ କରିଦେଇଛନ୍ତି । ନବୀନ ବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ବିଜେପି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking