ଭୁବନେଶ୍ୱର: ରାତି ସାରା ବିଧାନସଭା ଚାଲିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଗୁରୁବାର କଂଗ୍ରେସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଜେଡି ଉପରେ ବର୍ଷିଛନ୍ତି । ଏହି ଅବସରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପି ସହ ବିଜେଡି ମିଶିକି ଅଛି ବୋଲି ପ୍ରମାଣିତ ହେଲା । ବିଜେଡି ବିଧାନସଭାରେ ରାତିସାରା ସହଯୋଗ କରିବାକୁ ୨ଟି ବିଲ ପାରିତ ହେଲା । ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ପ୍ରମାଣିତ ହେଲା ବୋଲି ତାରା କହିଛନ୍ତି । ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ନିର୍ଦ୍ଧାରିତ ଦିବସର ୩ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଗୃହରେ ପାରିତ ହେଲା ଓଡି଼ଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ । ବୁଧବାର ରାତି ତମାମ ଆଲୋଚନା ପରେ ଆଜି ଭୋର ସମୟରେ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶେଷ ଯାଏଁ ଉପସ୍ଥିତ ରହିଥିଲେ । ରାଜ୍ୟ ରାଜପଥ ପ୍ରାଧିକାରଣ ବିଲ ୨୦୨୫ ମଧ୍ୟ ପାରିତ ହୋଇଛି ।