ଯାଜପୁର: ବିଜେଡି ଦୀର୍ଘ ୨୪ ବର୍ଷ ଶାସନରେ ବ୍ୟାସନଗର ସହରର ବିକାଶ କ୍ଷେତ୍ରରେ ଉପେକ୍ଷା କରିଛି | ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଜେଡି ବିଫଳ ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି | ସହରର ବିକାଶ ପାଇଁ ଆସୁଥିବା ଅନୁଦାନକୁ ଷଡଯନ୍ତ୍ର କରାଯାଇ ଜିଲାର ଜଣେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ଷଡଯନ୍ତ୍ରରେ ଵ୍ୟା ସନଗର ସହରରେ ଖର୍ଚ୍ଚ ସଠିକ୍ ଭାବ ରେ| ସହରର ବିକାଶ ଦିଗ ରେ ବାଧକ ସାଜିଛି l ବିକାସ ନାମରେ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କା ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି | ସହରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଗୁଡିକୁ ତଦନ୍ତ କରାଯାଇ ବିଜେଡି କରିଥିବା ଦୁର୍ନୀତିର ମୁଖା ଖୋଲାଯିବ ବୋଲି ବ୍ୟାସନଗର ଭାଜପା ପକ୍ଷରୁ ମଙ୍ଗଳବାର ଏକ ସାମ୍ୱାଦିକ ସମ୍ମିଳନୀରେ ଭାଜପା ନେତୃବୃନ୍ଦ ମାନେ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ କରିଛନ୍ତି | ବିଜେଡି ତିନିଥର ପୌର ପରିଷଦ ଦଖଲ କରି ପରିଷଦ ଗଠନ କରିଥିଲା | ବିଜେଡି ପାରିଷଦ ମାନେ ବିକାଶ ପରିବର୍ତ୍ତେ ପୌରାଧ୍ୟକ୍ଷା ମାନଙ୍କୁ ପଦଚ୍ୟୁତ କରିବାପାଇଁ ବାରମ୍ବାର ଅନାସ୍ଥା ଆଣିବା ଦ୍ୱରା ସହରର ବିକାଶରେ ବାଧକ ସୃଷ୍ଟି ହୋଇଛି | ଏବେ ବିଜେଡି ଅଧ୍ୟକ୍ଷାଙ୍କୁ ବିଜେଡି ପାରିଷଦ ମାନେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବାଦ୍ୱାର ସହରର ବିକାଶ ବାଧାପ୍ରାପ୍ତ ହୋଇଛି | ସହରବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି | ସହରର ଅନତି ଦୂରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରହିଛି | ଶିଳ୍ପାଞ୍ଚଳର ଧୂଳି ଧୂଆଁରେ ସହରବାସୀ ପେଷି ହେଉଥିବା ବେଳେ କର୍ପୋରେଟ ସାମାଜିକ ଉତ୍ତର ଦାଇତ୍ୱ (ସି ଏସ ଆର) ପାଣ୍ଠି ଏବଂ ଜିଲା ଖଣିଜ ନ୍ୟାସ ପାଣ୍ଠି ଏହି ସହରରେ ଖର୍ଚ୍ଚ ନହୋଇ ଜିଲା ସଦର ମହକୁମାରେ ଏବଂ ଅନ୍ୟ ସ୍ଥାନରେ ବିନିଯୋଗ କରାଯଇଛି | ସହରର ଡ୍ରେନଜ, ରାସ୍ତାଘାଟ, ପନୀୟ ଜଳ, ଆଲୋକ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି | | ବ୍ୟାସ ସରୋବର ମହୋତ୍ସବକୁ ଦଳୀୟ ପାରିଷଦ ମାନେ ଭଣ୍ଡୁର କରିଥିବା ଖୋଦ ବିଜେଡି ପୌରାଧ୍ୟାକ୍ଷା ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ ଆଣିଥିବା ବିଜେଡିର ଆଭ୍ୟନ୍ତରୀଣ ଗୁମରକୁ ପାଦରେ ପକାଇଥିବା ଭାଜପା ପକ୍ଷ ରୁ କୁହା ଯାଇଚି ଆଗାମୀଦିନରେ ଡବଲ ଇଂଜିନ ସରକାର ସହରର ବିକାଶକୁ ପ୍ରାଧାନ୍ୟ ଦେଇ ଏହି ସହରକୁ ରାଜ୍ୟର ୧ନଂ ସହରଭାବେ ଗଢି ତୋଳିବାକୁ ସଂକଳ୍ପ ବଦ୍ଧ | ଭାଜପାର ବିକାଶକୁ ରୋକିବା ପାଇଁ ବ୍ୟାସନଗର ବିଜେଡି ପୌର ଶାସନକୁ ଅଚଳ କରିଦେଇଛି | ଯାହାକୁ ନେଇ ଭାଜପା ସହରବାସୀଙ୍କ ନିକଟକୁ ଯିବ | ଆବଶ୍ୟକ ପଡିଲେ ଭାଜପା ଆନ୍ଦୋଳନକୁ ଓଲ୍ହାଇବ ବୋଲି ଉପସ୍ଥିତ ନେତୃବୃନ୍ଦ ମାନେ ଚେତାବନୀ ଦେଇଛନ୍ତି | ଏହି ଖବରଦାତା ସମ୍ମିଳନୀରେ ବ୍ୟାସନଗର ଭାଜପା ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ବରିଷ୍ଠ ଭାଜପା ନେତା ସତ୍ୟନାରାୟଣ ମହାନ୍ତି, ବିଜୟ କୁମାର ପଣ୍ଡା, ବରିଷ୍ଠ ଆଇନୀଜୀ ଚନ୍ଦ୍ରଶେଖର ପଣ୍ଡା, ଶିଶିର କୁମାର ରାଉତ, ଭାଜପା କାଉନସିଲର ରଶ୍ମିତା ରାଉତ ସୌମେନ୍ଦ୍ର ରାଉତ, ଜିତେନ୍ଦ୍ର ବେହୁରା ଓ ନିରଞ୍ଜନ ଘଡ଼ାଇ ପ୍ରମୁଖ ଉପସ୍ଥିତ ଥିଲେ | ସହରର ମୁଖ୍ୟ ସମସ୍ୟା ରେଳବାଇ ଗାଳିପୋଲ କାର୍ଯ୍ୟ ଅହେତୁକ ବିଳମ୍ବ ନେଇ ଖବରଦାତା ମାନେ ପ୍ରଶ୍ନ କରିଥିଲେ | ଖବରଦାତା ମାନଙ୍କ ଏହି ପ୍ରଶ୍ନର ଉତ୍ତର ଭାଜପା ନେତୃବୁନ୍ଦ ମାନେ ସଠିକ ଭାବେ ଦେଇ ପାରିନଥିଲେ |