17.1 C
Bhubaneswar
Wednesday, January 21, 2026
Homeଓଡିଶାବିଜେଡି ଆଣିଲା ଇଭିଏମ ଟାମ୍ପରିଂ ଅଭିଯୋଗ

ବିଜେଡି ଆଣିଲା ଇଭିଏମ ଟାମ୍ପରିଂ ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ ସ୍ଵଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରତିକ୍ରିୟା । ଇଭିଏମ, ଇସିଆଇର ସ୍ଵଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ। କହିଲେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ଭିତରେ ୫ କୋଟି ର ବ୍ୟବଧାନ ଅଛି। ୫୪୧ ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ । ୭୯ ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା । ଓଡିଶାର ୧୮ ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା । ଫଳରେ ବିଜେପି ବିଜେପି କେନ୍ଦ୍ରରେ ସରକାର କରିପାରି ନଥାନ୍ତା । ଗଣତନ୍ତ୍ର ପ୍ରତି ଏହା ବିଜେପିର ଷଡଯନ୍ତ୍ର । ଓଡ଼ିଶା ଓ ଆନ୍ଧ୍ର ମଧ୍ୟ ଏହି ଷଡଯନ୍ତ୍ର ହୋଇଛି । ଗଣତନ୍ତ୍ରର ବେକ ମୋଡି ଦେଇଛି ବିଜେପି । ଲୋକଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ବୋଲି ଲେଖାଶ୍ରୀ କହିଛନ୍ତି। ବିଜେପି ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନକୁ ଉଚ୍ଚା ରଖିଥିବା କହି ଆସିଛି। କିଛି ନିର୍ବାଚନରେ ସମ୍ବିଧାନକୁ ମୋଡି ମକଚିବାରେ ସଫଳ ହୋଇଛି। ୨୦୧୯ରେ ମାତ୍ର ୮ଟି ଜିତିଥିଲା। ଏଥର ୨୧ ରୁ ୨୦ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା। ବିଜେଡି ୧୨ ରୁ ୦ ହୋଇଯିବା ଅବିସ୍ମରଣୀୟ। ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking