ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି ଓ ଲେନିନ୍ ମହାନ୍ତି ପ୍ରେସମିଟ୍ କରି, ଫଟୋ ଓ ଭିଡିଓ ଦେଖାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ୩୦୭ ଦଫାରେ ବୁକ ଦାଗୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଫଟୋ ଉଠାଉଛନ୍ତି । ନେମାଳରେ ଆଇନ ମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସ୍କୁ ଆକ୍ରମଣ ହୋଇଛି । ବାଡ ଯଦି ଫସଲ ଖାଇବ କାହାକୁ କୁହାଯିବ ବୋଲି ବିଜେଡି ପ୍ରଶ୍ନ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ରହିଛି । ବିଜେଡି ପ୍ରଶ୍ନରେ ବିଜେପି ଜବାବ ଦେଇ କହିଛି, ବିଜେଡି ଓଡିଶାବାସୀଙ୍କୁ ଲଣ୍ଠନ ଦେଖାଉଛି । ଏଥିପାଇଁ ନବୀନଙ୍କ ୨୪ ବର୍ଷର ଶାସନ ଦାୟୀ ଅଟେ ।