17.1 C
Bhubaneswar
Tuesday, December 9, 2025
Homeଓଡିଶାରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ଯୁବ ଓ ଛାତ୍ର ବିଜେଡିର ଆନ୍ଦୋଳନ ସଫଳ...

ରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ଯୁବ ଓ ଛାତ୍ର ବିଜେଡିର ଆନ୍ଦୋଳନ ସଫଳ ହେଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ମହିଳା ନିର୍ଯାତନା ଘଟଣା ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପୂର୍ବଘୋଷିତ କାର୍ଯ୍ୟକ୍ରମ ଆଧାରରେ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ର ଆଜି ଶେଷ ଦିନରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ଓ ଉପଯୁକ୍ତ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ୍ ଡିଜିଙ୍କ ଉଦେ୍‌ଦଶ୍ୟରେ ନିକଟସ୍ଥ ଥାନା ଓ ଏସ୍ପି ଅଫିସରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ଛାତ୍ରୀ ଓ ମହିଳା ନିର୍ଯାତନା ଘଟଣାମାନ କେବଳ ମହିଳାଙ୍କ ସୁରକ୍ଷା ଉପରେ ନୁହେଁ ବରଂ ଆଇନ ଓ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏଫ୍‌ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ, ଗୋପାଳପୁର ବିଚ୍ରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାକୁ ଜିଅନ୍ତା ଜାଳି ଦିଆଗଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ମହିଳା ବିରୋଧୀ ଘଟଣାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଆନେ୍‌ଦାଳନକୁ ବିପୁଳ ସମର୍ଥନ ମିଳିଥିଲା । ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସହିତ ସଂଗଠନର ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ଆନେ୍‌ଦାଳନ ସଫଳ ହୋଇଥିବାରୁ ସମସ୍ତଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking