ନୂଆଦିଲ୍ଲୀ: ଲୋକସଭାରେ ୱାକଫ ସଂଶୋଧିତ ବିଲ ଆଗତ ହୋଇଛି । ବିଲ ଆଗତ କରିଛନ୍ତି ଆଇନମନ୍ତ୍ରୀ କିରଣ ରିଜିଜୁ । ଆଗତ ବେଳେ କଂଗ୍ରେସ ପ୍ରଥମେ ଆପତ୍ତି ଉଠାଇଛି । ୮ ଘଣ୍ଟା ଧରି ବିଲ ଉପରେ ଚର୍ଚ୍ଚା ହେବ । ବିଲକୁ ନେଇ ଲୋକସଭାରେ ହଙ୍ଗାମା ଦେଖାଦେଇଛି । ସମସ୍ତ ଦଳର ନେତାମାନେ ମତଦାନ ସମୟରେ ବିଲ୍ ବିରୋଧରେ ଭୋଟ ଦେବେ ବୋଲି ପ୍ରକାଶ କରିଛନ୍ତି। ଏତିକିବେଳେ ସୂଚନା ମିଳିଛି ୱାକଫ୍ ବିଲ୍କୁ ସମର୍ଥନ କରିବନି ବିଜେଡି । ବିରୋଧ କରି ବିଜେଡି ଭୋଟିଂରେ ହେବନି ସାମିଲ । ଭୋଟିଂ ସମୟରେ କକ୍ଷତ୍ୟାଗ କରିବ ବିଜେଡି ।