13.1 C
Bhubaneswar
Thursday, January 15, 2026
Homeଓଡିଶାବିଜେଡି ବିଦ୍ରୋହ ନିଆଁରେ ଘିଅ ଢାଳିଲା ବିଜେପି

ବିଜେଡି ବିଦ୍ରୋହ ନିଆଁରେ ଘିଅ ଢାଳିଲା ବିଜେପି

‘ନବୀନ ଭୀଷଣ ମିଛ କହୁଛନ୍ତି’
-ବିଜେଡିରେ ନେତା ଏବେ ଅଣନିଃଶାସୀ
-ଏବେ ବି ଚାଲିଛି ଭୀଷଣ ଷଡ଼ଯନ୍ତ୍ର

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ ପରେ ବିଜେଡି କନ୍ଦଳ ଧୀରେ ଧୀରେ ଏବେ ଉଗ୍ର ହେବାରେ ଲାଗିଛି। ତେବେ ବିଜେଡି କନ୍ଦଳ ଭିତରେ ଏଣ୍ଟ୍ରି ମାରିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ। ଶନିବାର ସେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିରୋଧରେ ବଡ଼ ବୟାନ ଦେବା ସହ ବର୍ଷିଛନ୍ତି।
ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ପଡ଼ି ନବୀନ ମିଛ କହୁଛନ୍ତି । ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ। ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି। ବିଜେଡିରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି। ମୋ ବିରୋଧରେ ପାଣ୍ଡିଆନ ବି ଷଡ଼ଯନ୍ତ୍ର କରିଥିଲେ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

ସେହିପରି ବିଜେଡି ନେତାଙ୍କ ହୋଟେଲ ମେଳିକୁ ନେଇ ନବୀନ ପଟ୍ଟନାୟକଙ୍କ ତାଗିଦ ପ୍ରସଙ୍ଗରେ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ଗଣତନ୍ତ୍ରରେ ନେତାଙ୍କୁ ତାଗିଦ କରିବାର ଅଧିକାର କାହାରି ନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଛି। ସେକଥା ମୁଁ ବାରମ୍ବାର କହିବାକୁ ଚାହୁଁନି । ଏହାଛଡ଼ା ପ୍ରଭାତ ତ୍ରିପାଠୀଙ୍କ ବିଷୟରେ ନବୀନ ପଟ୍ଟନାୟକ କହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି। ସେପଟେ ୨୪ ନିର୍ବାଚନରେ ଚିଲିକାରୁ ସେ ନିର୍ବାଚନ ଲଢିବା ପାଇଁ ସେ ଚାହୁଥିଲେ। କିନ୍ତୁ ବିଜେଡି ଶେଷ ସମୟରେ ବିଜେଡି ମୋତେ ଟିକେଟ ଦେଲାନି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

ସେହିପରି ସେ କହିଛନ୍ତି ଯେ ବିଜେଡିରେ ନେତା ଏବେ ଅଣନିଃଶାସୀ ହୋଇଗଲେଣି। ପାଣ୍ଡିଆନଙ୍କ ପାଖରେ କ’ଣ ଅଛି । ନବୀନ କାହିଁକି ଡରୁଛନ୍ତି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ଏହାଠାରୁ ବଡ଼ ମିଛ ଆଉ କ’ଣ ହୋଇପାରେ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି। ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନେତାଙ୍କୁ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ପ୍ରସନ୍ନ ପାଟ୍ଟଶାଣୀ ରୋକଠୋକ୍ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking