14.1 C
Bhubaneswar
Friday, January 16, 2026
Homeଓଡିଶାବିଜେଡି ତରଫରୁ ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିତ ହେବ

ବିଜେଡି ତରଫରୁ ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିତ ହେବ

– ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଆଲୋଚନାଚକ୍ର
– ବରପୁତ୍ରମାନଙ୍କ ସଂଘର୍ଷ, ତ୍ୟାଗ ଓ ବଳିଦାନ ସଦା ସ୍ମରଣୀୟ

ଭୁବନେଶ୍ୱର: ଏପ୍ରିଲ ୧ ତାତିଖ ଦିନ ୮୯ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଥିବାବେଳେ ବିଜୁଜନତା ଦଳ ରାଜ୍ୟବ୍ୟାପୀଏହି ଦିବସଟିକୁ ପାଳିବ ବୋଲି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡ଼ିଶାର ଅନେକ ବର ପୁତ୍ରମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧୯୩୬ ମସିହାଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । କଳା, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧି ରହିଛି । ଏହାକୁ ସ୍ମରଣୀୟ କରିବା ପାଇଁଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବା ସହିତ ଓଡିଶା ଦିବସ ଭାବେ ପାଳିତ ହୋଇଆସୁଛି ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜୁଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କାର୍ଯ୍ୟାଳୟରେ ବିଜୁଜନତା ଦଳ ତରଫରୁ ଓଡିଶା ଦିବସ ପାଳନ କରିବା ପାଇଁ ହୋଇଥିବା ନିଷ୍ପତ୍ତି ଦଳ ତରଫରୁ ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ ଶ୍ରୀ ସଞ୍ଜୟ ଦାସ ବର୍ମା ସୂଚିତ କରିଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯିବ ।ତାଛଡା, ନିଜ ଅଞ୍ଚଳରେ ଥିବା ବର ପୁତ୍ରମାନଙ୍କ ପ୍ରତି ମୂର୍ତ୍ତିରେ ମଧ୍ୟ ଦଳ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯିବ ।ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଶଙ୍ଖଭବନରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ । ଏଥିରେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking