16.1 C
Bhubaneswar
Monday, February 9, 2026
Homeଓଡିଶାଚେନ୍ନାଇ ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବ ବିଜେଡି

ଚେନ୍ନାଇ ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବ ବିଜେଡି

ଭୁବନେଶ୍ୱର: ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀଏମ୍‌କେ.ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୁତ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ଯୋଗଦେବାକୁ ବିଜୁଜନତା ଦଳ ତରଫରୁ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ପ୍ରତିନିଧି ଭାବେପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ  ସଂଜୟକୁମାର ଦାସବର୍ମା ଆଜି ଚେନ୍ନାଇ ଯାତ୍ରାକରିଛନ୍ତି। ଆସନ୍ତାକାଲି ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡିଶାର ସ୍ୱାର୍ଥ କିପରି ସୁରକ୍ଷିତ ହୋଇପାରିବ, ସେ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ବିଜେଡି ନିଷ୍ପତ୍ତି ଗ୍ରହଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking