ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିର ପ୍ରେସମିଟ୍ । ପ୍ରେସମିଟ୍ରେ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କଲେ ଲେନିନ୍ ମହାନ୍ତି ।ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ସହ ପ୍ରଭାତ ତ୍ରିପାଠୀଙ୍କୁ ଦଳରୁ ବହିଷ୍କାର କରାଯିବା କଥା କହିଥିଲେ । ଏହାପରେ ବିଜେଡିରେ ଥିବା କନ୍ଦଳ ଉଗ୍ର ରୂପ ନେଇଥିଲା । ଆଜି ପ୍ରେସମିଟ୍ କରି ପ୍ରଭାତ ତ୍ରିପାଠୀ କହିଥିଲେ, ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଚିଟ୍ଫଣ୍ଡ ମାମଲାରେ ମୋତେ ନିଲମ୍ବନ କରାଯାଇଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ୍ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରେ । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲି । ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତିରେ ମଞ୍ଚରେ ଭାଷଣ ଦେଇଛି । ମିଡ୍ ନାଇଟ ଅପରେସନରେ ମୋର ଭୂମିକା ଥିଲା,କହିଛନ୍ତି ପ୍ରଭାତ ତ୍ରିପାଠୀ । ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି ।