22.1 C
Bhubaneswar
Wednesday, December 10, 2025
Homeଓଡିଶାନିଶ୍ଚିନ୍ତକୋଇଲି ବ୍ଲକ ଅନାସ୍ଥା ନିର୍ବାଚନ ସ୍ଥଗିତ ରଖିବା ଅଗଣତାନ୍ତ୍ରିକ: ବିଜେଡି

ନିଶ୍ଚିନ୍ତକୋଇଲି ବ୍ଲକ ଅନାସ୍ଥା ନିର୍ବାଚନ ସ୍ଥଗିତ ରଖିବା ଅଗଣତାନ୍ତ୍ରିକ: ବିଜେଡି

– ଅନାସ୍ଥା ସପକ୍ଷରେ ସମର୍ଥନ ଜୁଟାଇ ନପାରିବା ପରେ ଅସୁସ୍ଥତାରନାଟକ
– ପ୍ରଶାସନ ସରକାରୀ ଦଳର ହାତବାରିସୀ
– ବାରମ୍ବାର ନିର୍ବାଚନ ତାରିଖ ଘୁଞ୍ଚାଇବା ଅସାମ୍ବିଧାନିକ

ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ମେ’ ୧୩ ତାରିଖରେ ସ୍ଥିର ହୋଇଥିବା ବେଳେ, ଯେଉଁ ଭଳି ଢଙ୍ଗରେ ଅନାସ୍ଥା ଭୋଟର ପୂର୍ବଦିନ ଅନାସ୍ଥା ଦାବି କରିଥିବା ପିଆରଆଇ ସଦସ୍ୟ ମାନେ ଅଚାନକ ଅସୁସ୍ଥ ହୋଇଗଲେ ଓ ନାଟକୀୟ ଢଙ୍ଗରେ ନିର୍ବାଚନ ଅଧିକାରୀ ଛୁଟିରେ ରହିଲେ, ଏହା ସମ୍ୱିଧାନ ଓ ଗଣତନ୍ତ୍ର ପ୍ରତି କୁଠାରଘାତ ବୋଲି ବିଜେଡି ଅଭିହିତ କରିଛି । ତାଛଡା, ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସମର୍ଥକ ପିଆରଆଇ ସଦସ୍ୟ ମାନଙ୍କୁ ମାହାଙ୍ଗା ବିଧାୟକଙ୍କ ସମର୍ଥକ ଅସାମାଜିକ ବ୍ୟକ୍ତି ମାନଙ୍କ ଦ୍ୱାରା ଅଶ୍ଳୀଳ ଭାଷାରେ ଗାଳିଗୁଲଜକୁ ବିଜେଡି ତରଫରୁ ଦୃଢ଼ ନିନ୍ଦା କରା ଯାଇଛି ।

ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଥେô ଲ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରଧାନଙ୍କ ପ୍ରରୋଚନାରେ, ତାଙ୍କର କିଛି ସମର୍ଥକ ପିଆରଆଇ ସଦସ୍ୟ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଏବଂ ଅନାସ୍ଥା ଭୋଟ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଅଚାନକ ଅତ୍ୟନ୍ତ ସନ୍ଦେହଜନକ ଭାବେ ମେ’ ୧୨ ତାରିଖ ଦିନ ଅନାସ୍ଥା ଆଣିଥିବା ପିଆରଆଇ ସଦସ୍ୟ ମାନେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଗଲେ । ଅନାସ୍ଥା ଆଣିଥିବା ପିଆରଆଇ ସଦସ୍ୟମାନେ ପ୍ରକୃତରେ ଅନାସ୍ଥା ଭୋଟରେ ଆବଶ୍ୟକ ସମର୍ଥନ ଜୁଟାଇ ପାରିବାରେ ବିଫଳ ହେବା ପରେ ଅସୁସ୍ଥତାର ନାଟକ କରିଥିଲେ ବୋଲି ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ପ୍ରଶାସନ ସରକାରୀ ଦଳର ହାତବାରିସୀ ହୋଇ କାମ କରିବା ଅଗଣତାନ୍ତ୍ରିକ ଓ ନିନ୍ଦନୀୟ । ଆଶ୍ଚର୍ଯ୍ୟର ବିଷୟ, ଏହି ଅନାସ୍ଥା ଭୋଟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ଜଣେ ଡେପୁଟି କଲେକ୍ଟର, ଅଚାନକ ଛୁଟିରେ ଚାଲି ଯାଇଥିଲେ । ନିର୍ବାଚନ ଅଧିକାରୀ ଅଚାନକ ଛୁଟିରେ ଚାଲିଯିବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ଆଣିଛି ଓ ପ୍ରଶାସନ ସରକାରୀ ଦଳର ହାତବାରିସୀ ଭାବେ କାମ କରୁଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାର ପରଦିନ, ନିଶ୍ଚିନ୍ତକୋଇଲି ବ୍ଲକର ଅଧ୍ୟକ୍ଷ ଓ ତାଙ୍କ ସମର୍ଥକ ମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ବେଳେ, ମାହାଙ୍ଗା ବିଧାୟକଙ୍କ କିଛି ସମର୍ଥକ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ । ସରକାରୀ ଦଳର ସମର୍ଥକ ଭାବେ ଜଣାଥିବା ସ୍ୱାଧୀନ ବିଧାୟକଙ୍କ ଇଙ୍ଗିତରେ ଏହି ସବୁ କାର୍ଯ୍ୟ ହେଉଥିବା ବେଳେ, ପ୍ରଶାସନ ଅଗଣତାନ୍ତ୍ରିକ କାର୍ଯ୍ୟରେ ସହାୟତା କରୁଛି ବୋଲି ଡ଼ଃ ସାମନ୍ତସିଂହାର ଅଭିଯୋଗ କରିଥିଲେ ।

ସେ ଆହୁରି କହିଥିଲେ, ଅନାସ୍ଥା ନିର୍ବାଚନକୁ ଅଗଣତାନ୍ତ୍ରିକ ଭାବେ ଘୁଞ୍ଚା ଯାଇ ପିଆରଆଇ ସଦସ୍ୟ ମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି, ସେମାନେ ଯେପରି ଅନାସ୍ଥା ସପକ୍ଷରେ ଭୋଟ ଦେବେ । ନିର୍ବାଚନ ବ୍ୟବସ୍ଥା ଅନୁଯାୟୀ, ଅନାସ୍ଥା ଭୋଟ ତାରିଖକୁ ବାରମ୍ୱାର ଘୁଞ୍ଚାଇବା ନିୟମ ନଥିଲେ ମଧ୍ୟ ଏହାକୁ ଜୋର ଜବରଦସ୍ତି କରାଯାଉଛି, ଯାହା ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରେ ଦେଖିବାକୁ ମିଳିଛି । ସରକାରୀ ଦଳ ଦ୍ୱାରା, ରାଜ୍ୟରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ଜାରି ରହିଛି । ତେଣୁ, ସମଗ୍ର ଘଟଣାକ୍ରମର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି । ଯେଉଁ ପିଆରଆଇ ସଦସ୍ୟମାନେ ଅଚାନକ ଅସୁସ୍ଥ ହୋଇଗଲେ, ସେମାନେ ପ୍ରକୃତରେ ଅସୁସ୍ଥ ହୋଇଥିଲେ ନା ଏହା ମିଛ ନାଟକ ଥିଲା, ଏହା ତଦନ୍ତ ସାପେକ୍ଷ । ତାଛଡ଼ା, କେଉଁ ପରିସ୍ଥିତିରେ ନିର୍ବାଚନ ଅଧିକାରୀ ଛୁଟିରେ ଚାଲିଗଲେ ତାହା ମଧ୍ୟ ତଦନ୍ତ ହେବା ଦରକାର ବୋଲି ଡ଼ଃ ସାମନ୍ତସିଂହାର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking