22.1 C
Bhubaneswar
Tuesday, March 25, 2025
Homeଓଡିଶାବିଜେପି ଜିଲ୍ଲା ସଭାପତି ଚାନ୍ଦା ମାଗି ରାୟଗଡ଼ା ଜିଲ୍ଲାରେ ଆତଙ୍କରାଜ ଚଳାଇଛନ୍ତି: ବିଜେଡି

ବିଜେପି ଜିଲ୍ଲା ସଭାପତି ଚାନ୍ଦା ମାଗି ରାୟଗଡ଼ା ଜିଲ୍ଲାରେ ଆତଙ୍କରାଜ ଚଳାଇଛନ୍ତି: ବିଜେଡି

– ସୁନା ଦୋକାନୀଙ୍କୁ ଲକ୍ଷେ, ମିଲରଙ୍କୁ ଦୁଇ ଲକ୍ଷ ଓ ଶିଳ୍ପାନୁଷ୍ଠାନ ମାନଙ୍କୁ ପାଞ୍ଚ ଲକ୍ଷ ଦାବି
– ଟଙ୍କା ଦିଅ ନହେଲେ ଏଠୁ ବିଦା ହୁଅ
– ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଙ୍ଘ

ଭୁବନେଶ୍ୱର: ସବ୍‌କା ସାଥ୍ ସବ୍‌କା ବିକାଶର ନାରା ଦେଇ କ୍ଷମତା ହାସଲ କରିଥିବା ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଧମକ ଚମକ ଦେଇ ମୋଟା ଅଙ୍କର ମାସିକ ଚାନ୍ଦା ଆଦାୟ ଆରମ୍ଭ କରିଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଗୁରୁତର ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ କହିଛନ୍ତି, ଗତ ପ୍ରାୟ ମାସେ ତଳେ ନିଯୁକ୍ତି ହୋଇଥିବା ବିଜେପିର ଜିଲ୍ଲା ସଭାପତି ଚାନ୍ଦା ମାଗି ଏକ ପ୍ରକାରର ଆତଙ୍କରାଜ ସୃଷ୍ଟି କରିଛନ୍ତି। ଉଦାହରଣ ସ୍ୱରୂପ, ବିଜେପି ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ ଗତ କିଛିଦିନ ହେଲା ଜିଲ୍ଲାର ବ୍ୟବସାୟୀ ମାନଙ୍କ ଠାରୁ ଜୋରଜବରଦସ୍ତ ଭାବେ ଚାନ୍ଦା ଦାବି କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ସୁନା ଦୋକାନୀ ମାନଙ୍କ ଠାରୁ ଏକ ଲକ୍ଷ ଟଙ୍କା, ମିଲର ମାନଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଓ ଶିଳ୍ପ ଅନୁଷ୍ଠାନ ଗୁଡିକ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏହି ଚାନ୍ଦା ଟଙ୍କା ନଦେଲେ ତାଙ୍କ ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ଧମକ ଦେଉଛନ୍ତି । ଶ୍ରୀ ଆନନ୍ଦ ନିଜେ ଜଣେ ଓକିଲ ହୋଇଥିବା ବେଳେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରନ୍ତି ବୋଲି ଦାବି କରୁଛନ୍ତି। ଆନନ୍ଦଙ୍କ ଏହି ଆଚରଣରେ ଅତିଷ୍ଠ ହୋଇ ରାୟଗଡାର ବ୍ୟବସାୟ ସଙ୍ଘ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପତ୍ର ମାଧ୍ୟମରେ ଫେରାଦ ହୋଇଛନ୍ତି ଓ ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ହେଉଛି ବିଜେପିର ଚିତ୍ର ଓ ଚରିତ୍ର ବୋଲି ଶ୍ରୀ ମାଝୀ କହିଥିଲେ।

ଶ୍ରୀ ଆନନ୍ଦ କିଛି ଦିନ ତଳେ ରାୟଗଡାର ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତା ଛଡା ଅନ୍ୟ ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ ଧମକ ଚମକ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପିର କର୍ମକର୍ତ୍ତା ମାନେ ଏକ ପ୍ରକାରର ଆତଙ୍କରାଜ ଚଳାଇଛନ୍ତି। ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ, ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ବ୍ୟବସାୟୀ ବନ୍ଧୁ ମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ରାଜ୍ୟ ସରକାର ଯେପର୍ଯ୍ୟନ୍ତ ତାଙ୍କ ପତ୍ରର ଜବାବ ଦେଇ ନାହାନ୍ତି, ବିଜେପିର ଆତଙ୍କରାଜ ବିରୋଧରେ ବିଜୁ ଜନତା ଦଳ ଜବାବ ଦେବ ଓ ଭୟର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିବ ବୋଲି ଶ୍ରୀ ମାଝୀ କହିଥିଲେ। ରାଜ୍ୟ ସରକାର ତୁରନ୍ତ ବ୍ୟବସାୟ ସଙ୍ଘ କରିଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଏଥିରେ ସମ୍ପୃକ୍ତ ଥିବା ବିଜେପି ନେତା ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମାଝୀ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking