28.1 C
Bhubaneswar
Saturday, October 5, 2024
Homeଓଡିଶାବିଜେପିର ମିଛ ପ୍ରତିଶ୍ରୁତି ଓ ସରକାରର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ନବୀନଙ୍କ ଆହ୍ୱାନ

ବିଜେପିର ମିଛ ପ୍ରତିଶ୍ରୁତି ଓ ସରକାରର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ୫୭ ନମ୍ବର ୱାର୍ଡ ରେ ପଦଯାତ୍ରା ଆରମ୍ଭ କରି ସମବେତ ବିପୁଳ ଜନତାଙ୍କୁ ସମ୍ବୋଧନ କରି ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ଲୋକଙ୍କ ସହିତ ଯୋଡ଼ି ହେବାରେ ପଦଯାତ୍ରା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜେଡିକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ବର୍ଣ୍ଣନା କରି ଶ୍ରୀ ପଟନାୟକ କହିଲେ ଯେ ସେବା ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ହେଉଛି ବିଜେଡି ର ପରିଚୟ.ବିଜେଡିର ଚବିଶ ବର୍ଷ ଶାସନରେ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିକାଶ ର ବିଭିନ୍ନ ମାନକ ରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ । ଆର୍ଥିକ ସ୍ଥିରତା ଆସିଛି.ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଗରିବୀ ସତୁରି ପ୍ରତିଶତ ରୁ କମି ଦଶ ପ୍ରତିଶତ ରେ ପହଂଚିଛି ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କୋଟି କୋଟି ଲୋକ ସୁବିଧା ପାଉଥିଲେ.କିନ୍ତୁ ବିଜେପି ସରକାର ଯୋଜନା ର ନାମ ପରିବର୍ତ୍ତନ କୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ ।
ସେ କହିଲେ ଯେ ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନ କୁ ଆସିଛି ।  ବିଜେପି ର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତିନିଶହ ୟୁନିଟ ମାଗଣା ବିଜୁଳି । ମା ମାନଙ୍କୁ ପଚାଶହଜାର ଟଙ୍କା.ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା ।
ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ । କିନ୍ତୁ ଫଳ ଶୂନ । ଏବେ ବିଜେପି ର ମିଛ ଧରାପଡ଼ିଯାଇଛି ।  ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଦରଦାମ ଉପରେ ଲଗାମ ନାହିଁ.ମା ମାନେ ଥାନା ରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନ ରେ ବି ସୁରକ୍ଷିତ ନୁହଁନ୍ତି । ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି । ତେଣୁ ବିଜେପି ର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଲୋକଙ୍କ ଭଲ ପାଇବା ବିଜେଡି ର ସବୁଠାରୁ ବଡ଼ ଶକ୍ତି । ୨୦୨୪ ନିର୍ବାଚନ ରେ ବିଜେପି ସରକାର କୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି ।  ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ କ୍ଷମତା ରେ ଥାନ୍ତୁ ଵା ନ ଥାନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କ ର ଓ ଓଡିଶା ମାଟି ର ସେବା କରିଚାଲିବେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking