ଭୁବନେଶ୍ୱର: ବିଜେଡି ଦଳ ସଭାପତି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି,” ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ। ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର ପରିଚୟ। ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ଆସନ୍ତୁ ସମସ୍ତେ ଆମ ମାତୃଭାଷାର ଗୌରବକୁ ବଜାୟ ରଖି, ସଭିଙ୍କୁ ସାଥିରେ ନେଇ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ।”ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ ।










