ଭୁବନେଶ୍ୱର: ବିଜେଡିକୁ ଝଟକା ପରେ ଝଟକା ଲାଗୁଛି । ପ୍ରଥମେ ଜୟ ଢେ଼ାଲକିଆ ବିଜେପିରେ ମିଶିବା ପରେ ବିଜେଡିକୁ ଝଟକା ଲାଗିଥିଲା । ଏବେ ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ ମଧ୍ୟ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଛନ୍ତି । ନୂଆପଡ଼ା ରାଜନୀତିରେ ବିଜେଡି ପାଇଁ ଏହାକୁ ଏକ ବଡ଼ ଝଟକା ବୋଲି କୁହାଯାଇଛି । ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି ଲମ୍ବୋଦର ନିଆଲ । ସେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ ।ତେବେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।










