21.1 C
Bhubaneswar
Thursday, December 11, 2025
Homeଓଡିଶାସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ବିଜେଡି 
ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ

ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ବିଜେଡି 
ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଏଫଏମ କଲେଜରେ ଆତ୍ମାହୂତି ଦେଇ ମୃତୁ୍ୟବରଣ କରିଥିବା ସୌମ୍ୟାଶ୍ରୀ ବିଶିଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ପୈତୃକ ଘରେ ବିଜୁ ଜନତା ଦଳର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆଜି ସନ୍ଧ୍ୟାରେ ଭେଟି ସାନ୍ତ୍ୱନା ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ଓ ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଥିବାବେଳେ ସେମାନଙ୍କ ସହିତ ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ ଯୋଗ ଦେଇଥିଲେ । ବିଜେଡି ପ୍ରତିନିଧି ମଣ୍ଡଳୀ ପରିବାର ସଦସ୍ୟଙ୍କୁ ଭେଟିବା ସମୟରେ ସେଠାରେ ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିନିଧି ମଣ୍ଡଳୀର ସଦସ୍ୟ ମାନେ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହିତ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking