ଭୁବନେଶ୍ୱର: ବର୍ତ୍ତମାନର ଆଇନ ଶୃଙ୍ଖଳା ନେଇ ପୂର୍ବ ସରକାର ଦାୟୀ। ଆଇନ ଶୃଙ୍ଖଳାକୁ ନେଇ ବର୍ଷିଲେ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ବଦଳ ରେ ଅସଜଡ଼ା କରୁଥିଲେ । ଯେଉଁ ଘଟଣା ଘଟିଛି ସରକାର ପଦକ୍ଷେପ ନେଇଛନ୍ତି । ସରକାର କଠୋରରୁ କଠୋର ପଦକ୍ଷେପ ନେଇଛନ୍ତି । ଦୋଷୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟ ରେ ଯେମିତି ଶୀଘ୍ର ମାମଲାର ଫଏସଲା ହେବ ସରକାର ତତ୍ପର। କୌଣସି ଜାଗାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇନି । ଆଇନଶୃଙ୍ଖଳା ଦୃଷ୍ଟିରୁ କଠୋର ନୀତି ଆଣିବେ। ବିଜେଡି ମିଛ ବୟାନ ବାଜି ନ କରିବା ଉଚିତ ।