16.1 C
Bhubaneswar
Monday, February 9, 2026
Homeଓଡିଶାଶିବୁ ସୋରେନଙ୍କ ଶେଷକୃତ୍ୟରେ ବିଜେଡି ପ୍ରତିନିଧିଙ୍କ ଯୋଗଦାନ

ଶିବୁ ସୋରେନଙ୍କ ଶେଷକୃତ୍ୟରେ ବିଜେଡି ପ୍ରତିନିଧିଙ୍କ ଯୋଗଦାନ

ଭୁବନେଶ୍ୱର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିଷ୍ଠାତା ଶ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିଲେ । ଶ୍ରୀ ସୋରେନଙ୍କ ପ୍ରାର୍ଥୀବ ଶରୀର ଆଜି ଦିଲ୍ଲୀରୁ ଆସି ଝାଡଖଣ୍ଡ ସ୍ଥିତ ତାଙ୍କ ଜନ୍ମସ୍ଥାନ ରାମଗଡଠାରେ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନବୀନ ବାବୁଙ୍କ ନିଦେ୍ର୍ଦଶରେ ବିଜୁ ଜନତା ଦଳର ପ୍ରତିନିଧି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶ୍ରୀ ମାରାଣ୍ଡିଙ୍କ ସହ ତିରିଙ୍ଗି ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ୱର ସମାର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପରେଶ ମୁଣ୍ଡା, ଶ୍ରୀ ଆନନ୍ଦ ଟୁଡୁ, ଶ୍ରୀ ଦୁର୍ଗା ମାରାଣ୍ଡି, ଶ୍ରୀ ନରେନ୍ଦ୍ର ହାଂସଦା, ପୂର୍ବତନ ଅଧ୍ୟକ୍ଷ ଜେମାମଣୀ ସୁଣ୍ଢି, ଶ୍ରୀ ସୁବୋଧ ମାରାଣ୍ଡି ଓ ପ୍ରିୟନାଥ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking