16.1 C
Bhubaneswar
Tuesday, February 10, 2026
Homeଓଡିଶାବିଞ୍ଝାରପୁରକୁ ଏନଏସି ଘୋଷଣା ଦାବିରେ ଆଜି ଆନ୍ଦୋଳନ କରିଛି ବିଜେଡି

ବିଞ୍ଝାରପୁରକୁ ଏନଏସି ଘୋଷଣା ଦାବିରେ ଆଜି ଆନ୍ଦୋଳନ କରିଛି ବିଜେଡି

ଯାଜପୁର: ସାରା ରାଜ୍ୟରେ ଏନଏସି ଘୋଷଣାକୁ ନେଇ ରାଜନୀତି ଜୋର ଧରିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁରକୁ ଏନଏସି ଘୋଷଣା ଦାବି ରେ ଆଜି ଆନ୍ଦୋଳନ କରିଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଆଜି ବିଜୁ ଜନତା ଦଳ ବିଞ୍ଝାରପୁର ଗୟାସୁଦ୍ଦିନ ଛକରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସରକାର ବିରୋଧରେ ନାରାବାଜି କରିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଂଝାରପୁର ବିଡ଼ିଓଙ୍କୁ ସ୍ମାରକ ପ୍ରଦାନ କରିଥିଲେ। ନବୀନ ସରକାର ସମୟରେ ବିଞ୍ଝାରପୁରକୁ ଏନ୍ ଏ ସି ଘୋଷଣା କରାଯାଇଥିଲା। ମାତ୍ର ବିଜେପି ସରକାର ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ବିଞ୍ଝାରପୁରକୁ ଅଣଦେଖା କରୁଥିବା ନେଇ ଆନ୍ଦୋଳନ କରିଛି ବିଜୁ ଜନତା ଦଳ । ଏହାକୁ ସମର୍ଥନ କରିଛନ୍ତି ବିଂଝାରପୁର ବ୍ୟବସାୟୀ ସଂଘ ଓ ବିଂଝାରପୁର ବ୍ଲକ ବାସିନ୍ଦା। ଆଗାମୀ ଦିନରେ ରାଜ୍ୟସରକାର କରିଥିବା ଘୋଷଣାକୁ ଯଦି ପୁନଃବିଚାର ନକରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking