35.1 C
Bhubaneswar
Monday, June 2, 2025
Homeଓଡିଶାଓବିସି ବର୍ଗଙ୍କ ପାଇଁ ଲଢ଼େଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜ ରାସ୍ତାକୁ...

ଓବିସି ବର୍ଗଙ୍କ ପାଇଁ ଲଢ଼େଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ଏସଇବିସି/ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ଓ ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ଦାବିରେ ବିଜୁ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ବିଶାଳ ଜନଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ, ଦଳର ବରିଷ୍ଠ ନେତାମାନେ ଏହି ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦଳର ଏହି ଦାବି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଧାୟକ ତଥା ବିଜେଡି ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଏସ୍‌ଟି ସେଲ୍‌ର ଆବାହକ ଶ୍ରୀ ମଙ୍ଗଳା କିସାନ ଓ ଦଳର ଏସସି ସେଲର ଆବାହକ ଶ୍ରୀ ମହେଶ ସାହୁଙ୍କ ଆବାହକତ୍ୱରେ ଆଜିର ଏହି ଜନଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ, ନିକଟରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା ବୋଲି କୁହଯାଇଛି ।

ବିଶେଷକରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନଥିବାକୁ ଦଳ ତରଫରୁ ନାପସନ୍ଦ କରାଯାଇଛି। ଯେଉଁ ଉଚ୍ଚଶିକ୍ଷା କ୍ଷେତ୍ରରେ, ଅଧିକାଂଶ ଆସନ ଗୁଡିକ ଖାଲି ପଡୁଛି, ସେ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯିବା ଓବିସି ବର୍ଗ ପାଇଁ ଏକ ପ୍ରତାରଣା ଛଡା ଆଉ କିଛି ନୁହେଁ । ତେଣୁ ତୁରନ୍ତ ରାଜ୍ୟର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି। ସ୍ମାରକପତ୍ରରେ ଆହୁରି କୁହାଯାଇଛି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ରାଜ୍ୟର ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୩୮.୭୫% ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ, ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୨୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ମଧ୍ୟ ୩୮.୭୫ % ସଂରକ୍ଷଣ ପ୍ରଦାନ ପାଇଁ ବିଜୁ ଜନତା ଦଳ ତରଫରୁ ଦାବି କରାଯାଇଛି ।

ଦଳର ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କହିଥିଲେ, ରାଜ୍ୟର ଏସ୍‌ସି ଓ ଏସ୍‌ଟିି ଓ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ପ୍ରଦାନ ପାଇଁ ବିଜୁ ଜନତା ଦଳ ବିଭିନ୍ନ ପଦକ୍ଷେପ ନେବା ସହିତ ପ୍ରତିଶ୍ରୁତିବଦ୍ଧ ରହିଛି । ରାଜ୍ୟର ଓବିସି ବର୍ଗର ଲୋକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ୨୦୨୦ ମସିହାରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରାଯାଇଥିଲା । ରାଜ୍ୟର ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂଖ୍ୟା ଅନୁପାତରେ ଉପଯୁକ୍ତ ସଂରକ୍ଷଣ ପ୍ରଦାନ ପାଇଁ, ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା ପ୍ରତିବନ୍ଧକ ସାଜୁ ଥିବାରୁ, ଏହାକୁ ହଟାଇବା ପାଇଁ ନବୀନ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଓବିସି ମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟରେ ଓବିସି ବର୍ଗର ଜନସଂଖ୍ୟା ସର୍ଭେ ନବୀନ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ କରାଯାଇଥିଲା । ପୂର୍ବରୁ ଓବିସି ତାଲିକାରେ ନଥିବା ୨୦ଟି ବର୍ଗର ଲୋକଙ୍କୁ ୨୦୨୩ ମସିହାରେ ନବୀନ ସରକାର ଓବିସି ବର୍ଗରେ ସାମିଲ କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲା । ୨୦୨୧ ମସିହାରେ, ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ, ବିଜୁ ଜନତା ଦଳ ତରଫରୁ ୪୦ ପ୍ରତିଶତରୁ ଅଧିକ ଆସନରେ ଓବିସି ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅପରପକ୍ଷରେ, ବିଜେପି ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗକୁ ଆରମ୍ଭରୁ ବିରୋଧ କରି ଆସୁଥିଲା ବୋଲି ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଜେଡି ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିବ ।

ଏହି କାର୍ଯ୍ୟକ୍ରମରେ ଡ଼ ଅରୁଣ କୁମାର ସାହୁ, ଶ୍ରୀ ମଙ୍ଗଳା କିଷାନ, ଶ୍ରୀ ମହେଶ ସାହୁ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଜେନା, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ବଦ୍ରି ନାରାୟଣ ପାତ୍ର, ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀ ଉମାକାନ୍ତ ସାମନ୍ତରାୟ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଧ୍ରୁବ ଚରଣ ସାହୁ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ସୁନିଲ ମହାନ୍ତି, ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ସାରଦା ପ୍ରସନ୍ନ ଜେନା, ଶ୍ରୀ ସାରଦା ନାୟକ, ଶ୍ରୀ ରୋହିତ ଯୋଶେଫ ତିର୍କୀ, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ବ୍ରଜକିଶୋର ପ୍ରଧାନ, ଶ୍ରୀ ନଳିନୀକାନ୍ତ ପ୍ରଧାନ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀ ପ୍ରଶାନ୍ତ ମୁଦୁଲି, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀ ରମେଶ ବେହେରା, ଶ୍ରୀ ସୁଧୀର ସାମଲ, ଶ୍ରୀ ପ୍ରମୋଦ ମଲ୍ଲିକ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ମୁକେଶ କୁମାର ପାଲ, ଶ୍ରୀ ଯୋଗେଶ କୁମାର ସିଂ, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଶଶି ଭୂଷଣ ବେହେରା, ଶ୍ରୀ ଚକ୍ରମଣି କହଁର, ଶ୍ରୀ ନବକିଶୋର ମଲ୍ଲିକ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ସୁବାସ ବେହେରା, ଶ୍ରୀ ରୁଦ୍ର ପ୍ରତାପ ମହାରଥୀ, ଶ୍ରୀ ମାନସ ମାଡ଼କାମୀ, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking