19.1 C
Bhubaneswar
Sunday, December 28, 2025
Homeଓଡିଶାଭରତପୁର ଥାନାରେ ମହିଳାଙ୍କୁ ଅତ୍ୟାଚାର ଘଟଣା; ବିଜୁ ମହିଳା ଜନତା ଦଳର ରାଜଭବନ ସମ୍ମୁଖରେ ଗଣଧାରଣା

ଭରତପୁର ଥାନାରେ ମହିଳାଙ୍କୁ ଅତ୍ୟାଚାର ଘଟଣା; ବିଜୁ ମହିଳା ଜନତା ଦଳର ରାଜଭବନ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର : ଗତ ସେପ୍ଟେମ୍ବର ୧୫ ତାରିଖ ମଧ୍ୟ ରାତ୍ରୀରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନାଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଅସହ୍ୟ ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶହ ଶହ ସଂଖ୍ୟାର ସାଧାରଣ ମହିଳା ଯୋଗ ଦେଇଥିଲେ । ବିଜେପି ସରକାର ୧୦୦ ଦିନର ରିପୋର୍ଟ ପ୍ରଦାନ କରୁଥିବା ସମୟରେ ଗତ ୧୫ ତାରିଖ ରାତ୍ରରେ ଘଟିଥିବା ଏହି ନିନ୍ଦନୀୟ ତଥା ସ୍ପର୍ଶକାତର ଘଟଣା କେବଳ ରାଜ୍ୟରେ ନୁହେଁ ବଂର ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଛି ।

କାର୍ଯ୍ୟରତ ଥାନାଧିକାରୀମାନେ ନ୍ୟାୟ ଦେବା ବଦଳରେ ପୀଡିତା ମହିଳାଙ୍କୁ ଯେଉଁ ଭଳି ଭାବେ ଦୁର୍ବ୍ୟବହାର କରିଛନ୍ତି ଏବଂ ରାତିସାରା ମହିଳାଙ୍କୁ, ଯେଏକି ନିଜେ ଜଣେ ସେନାଧିକାରୀଙ୍କ କନ୍ୟା ତଥା ଉଚ୍ଚଶିକ୍ଷିତା । କିନ୍ତୁ ତାଙ୍କୁ ଏବଂ ତାଙ୍କ ବନ୍ଧୁଙ୍କୁ ଜେଲରେ ବନ୍ଦ କରି ତା ପରଦିନ ମଧ୍ୟ ଏଫ୍‌ଆଇଆର ଗ୍ରହଣ କରିବା ପରିବର୍ତ୍ତେ ବର୍ବରୋଚିତ ତଥା ଅମାନୁଷିକ ଭାବେ ଅତ୍ୟାଚାର କରିଥିଲେ । ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ତଥା ବିଧାୟିକା ଶ୍ରୀମତି ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟିକା ଟୁକୁନି ସାହୁ, ଲତିକା ପ୍ରଧାନ, ମେୟର ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ଡଃ ଲେଖାଶ୍ରୀ ସାମସନ୍ତସିଂହାର, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking