17.1 C
Bhubaneswar
Tuesday, February 10, 2026
Homeଓଡିଶାରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ନିଷ୍ପତ୍ତି; ବିଜୁ ଜନତା ଦଳର...

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ନିଷ୍ପତ୍ତି; ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ପ୍ରତିବାଦ

– ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିବାଦର ସ୍ୱର
– ସରକାରଙ୍କ ବିଜୁ ବିରୋଧୀ ମନୋଭାବ ବିରୋଧରେ ଗର୍ଜନ
– ପଞ୍ଚାୟତିରାଜ ବ୍ୟବସ୍ଥା ଓ ମହିଳାଙ୍କୁ କ୍ଷମତାରେ ଅଂଶୀଦାର ବିଜୁଙ୍କ ଅବଦାନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪ରେ ପାଳିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବଜିୁ ଜନତା ଦଳ ତରଫରୁ ପ୍ରତିବାଦ ଶୋଭାଯାତ୍ରା ଓ ସଭା କରାଯାଇଥିଲା। ବିଜୁ ଜନତା ଦଳର ସ୍ଥାନୀୟ ନେତାମାନେ ରାଜ୍ୟ ସରକାରଙ୍କ ବିଜୁ ବିରୋଧୀ ମନୋଭାବ ଉପରେ ଦୃଢ଼ ସମାଲୋଚନା କରିଥିଲେ। ବିଜୁ ଜନତା ଦଳ ତରଫରୁ ଜାରି ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଗଭୀର ଆଘାତ ଦେଇଛି, ଯାହା ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୧୯୯୧ ମସିହାରେ ଓଡିଶା ବିଧାନସଭାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ସହ ମହିଳା ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସରଂକ୍ଷିତ କରାଯାଇଥିଲା। ଏହି ଐତିହାସିକ ନିଷ୍ପତ୍ତି ନେବାରେ ଓଡିଶା ପ୍ରଥମ ରାଜ୍ୟ ଥିଲା। ଏହାର ଗୁରୁତ୍ୱକୁ ଉପଲବ୍ôଧ କରି ୧୯୯୨ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ସମ୍ୱିଧାନର ୭୩ ଓ ୭୪ ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାର ପ୍ରାବଧାନ କରିଥିଲେ। ପରେ ୧୯୯୪ ମସିହା ଏପ୍ରିଲ ୨୪ ତାରିଖରେ ଏହି ବିଲ୍ ପାରିତ ହୋଇଥିଲା।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ଁ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହୋଇପାରିଥିଲା। ଏହାପରେ, ୧୯୯୩ ମସିହାରେ ତତ୍କାଳୀନ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବିଜୁ ବାବୁଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ଭାବେ ମାନ୍ୟତା ଦେଇଥିଲା। ୧୯୯୩ ମସିହାରୁ ରାଜ୍ୟରେ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଛି। କେନ୍ଦ୍ର ସରକାର ୨୦୧୦ ମସିହାରେ, ଏପ୍ରିଲ ୨୪ ତାରିଖରେ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା କରିଥିଲେ। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ଡ଼ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking