17.1 C
Bhubaneswar
Wednesday, February 11, 2026
Homeଓଡିଶାବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱର ଉଠାଇବ ବିଜେଡି

ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱର ଉଠାଇବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ବିଧାନସଭାର ବଜେଟ ଅଧିବେଶନ। ଏହା ପୂର୍ବରୁ ବୁଧବାର ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବୈଠକରେ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବା ସହ ବିଧାନସଭାରେ ସବୁ ସଦସ୍ୟ ଉପସ୍ଥିତ ରହି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଦେଇଥିଲେ।

ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ପ୍ରସନ୍ନ ଅ।।ଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷି କହିଥିଲେ ଯେ ବିଧାନସଭାରେ ଲୋକଧର୍ମ ପାଳନ କରିବ ବିଜେଡି। ଉଠିବ ଲୋକଙ୍କ ସମସ୍ୟା। ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ। ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ ଚରମ ବିଫଳତା। ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି। ଭୁବନେଶ୍ୱରରେ ପ୍ରଶାସନ ସାମ୍ନାରେ ଯାହା ଘଟୁଛି ସମସ୍ତେ ଦେଖୁଛନ୍ତି। ହତ୍ୟା, ଲୁଟ୍‌, ଛିନ୍‌ତାଇ, ନାରୀ ନିର୍ଯାତନା ବଢ଼ିଛି। ୯ ମାସରେ ଅର୍ଥ ବ୍ୟବସ୍ଥାର ବିଫଳ ପରିଚାଳନା। ଡବଲ ଇଞ୍ଜିନ ସରକାରରେ ସବୁ ଡବଲ ପ୍ରତିଶ୍ରୁତି ମିଳିଥିଲା, ହେଲେ ଫେଲ୍‌। କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅବହେଳା ପ୍ରସଙ୍ଗ ବିଧାନସଭାରେ ଉଠିବ। ସେହିପପରି ଆଇନଶୃଙ୍ଖଳା, ଧାନମଣ୍ଡି ସମସ୍ୟା ପ୍ରସଙ୍ଗ ବି ଗୃହରେ ଉଠିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିିଛନ୍ତି। ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି। ବିଭାଗ ମଧ୍ୟରେ ସମନ୍ୱୟ ନାହିଁ କି ମନ୍ତ୍ରୀଙ୍କ ଉପରେ ସରକାରଙ୍କ ଲଗାମ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking