20.1 C
Bhubaneswar
Friday, January 16, 2026
Homeଓଡିଶାକୋରାପୁଟ କୃଷକଙ୍କ ସ୍ୱାର୍ଥରେ ‘ଜୌରା ନଦୀ ବଞ୍ଚାଅ’ ଆନ୍ଦୋଳନର ଶୁଭାରମ୍ଭ କଲା ବିଜେଡ଼ି

କୋରାପୁଟ କୃଷକଙ୍କ ସ୍ୱାର୍ଥରେ ‘ଜୌରା ନଦୀ ବଞ୍ଚାଅ’ ଆନ୍ଦୋଳନର ଶୁଭାରମ୍ଭ କଲା ବିଜେଡ଼ି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଆଠଟି ପଞ୍ଚାୟତର କୃଷକମାନଙ୍କୁ ପ୍ରଭାବିତ କରୁଥିବା ଜଳ ସଙ୍କଟର ମୁକାବିଲା ପାଇଁ ବିଜୁ ଜନତା ଦଳ ‘ଜୌରା ନଦୀ ବଞ୍ଚାଅ’ ଆନ୍ଦୋଳନ ଆରମ୍ଭ କରିଛି। ଇନ୍ଦ୍ରାବତୀ ନଦୀର ଏକ ଗୁରୁତ୍ୱପୂର୍ଣ୍ଣ ଉପନଦୀ ଜୌରା ନଦୀର ପ୍ରାକୃତିକ ପ୍ରବାହର ଜଳ ଧାରା ପରିବର୍ତ୍ତନ ଜନିତ ଉପୁଜିଥିବା ଗୁରୁତର ସମସ୍ୟା ଏହି ଅଞ୍ଚଳରେ କୃଷି ଉପରେ ଗୁରୁତର ପ୍ରଭାବ ପକାଇଛି।ଜଳସେଚନ ବିଭାଗ ‘ଜୌରା ନଦୀ’ର ପ୍ରାକୃତିକ ପ୍ରବାହକୁ ସୀମିତ କରିଦେବା ଦ୍ୱାରା କୋଟପାଡ଼ ବ୍ଲକର ଆଠଟି ପଞ୍ଚାୟତରେ ଉତ୍କଟ ଜଳାଭାବ ସୃଷ୍ଟି ହୋଇଛି ଏବଂ ୫୦୦ରୁ ଅଧିକ ଉଠାଜଳସେଚନ କେନ୍ଦ୍ର ବନ୍ଦ ହୋଇ ଚାଷୀ ସମ୍ପ୍ରଦାୟକୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି। ଏହାର ଆଶୁ ସମାଧାନ ନିମନ୍ତେ କୋରାପୁଟ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଭିପ୍ରେତ ବୋଲି ବରିଷ୍ଠ ବିଜେଡି ନେତାମାନେ କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଇନ୍ଦ୍ରାବତୀ ଜଳ ବଣ୍ଟନ ଚୁକ୍ତି ଅନୁଯାୟୀ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସମ ପରିମାଣର ନଦୀ ଜଳ ପାଇବା କଥା। କିନ୍ତୁ, ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଛତିଶଗଡ ସପକ୍ଷରେ କାର୍ଯ୍ୟ କରୁଛନ୍ତି ଓ ଏହାର ଫଳସ୍ୱରୁପ ଏହି ଅଞ୍ଚଳର କୃଷି ଓ ଜଳସେଚନ ପ୍ରଭାବିତ ହୋଇଛି।

ଏହି ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ କୋରାପୁଟ ସାଂସଦ ଝିନ ହିକାକା, ପୂର୍ବତନ ଜିଲ୍ଲା ସଭାପତି (କୋରାପୁଟ) ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିିଆନ୍‌, ପୂର୍ବତନ ବିଧାୟକ (କୋଟପାଡ଼) ଚନ୍ଦ୍ର ଶେଖର ମାଝୀ, ପୂର୍ବତନ ବିଧାୟକ (ପଟାଙ୍ଗୀ) ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ ଏବଂ ପୂର୍ବତନ ବିଧାୟକ ପ୍ରଭୁ ଜାନିଙ୍କ ସମେତ ଅନେକ ପ୍ରମୁଖ ବିଜେଡ଼ି ନେତା ଅଂଶଗ୍ରହଣ କରିଥିଲେ। ଜୌରା ନଦୀର ପ୍ରାକୃତିକ ପ୍ରବାହକୁ ପୁନରୁଦ୍ଧାର କରିବା ଏବଂ ହଜାର ହଜାର କୃଷକଙ୍କ ଜୀବିକା ରକ୍ଷା ପାଇଁ ଜଳ ବଣ୍ଟନକୁ ସଂଶୋଧନ କରିବା ନିମନ୍ତେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛି। ବିଜେଡ଼ି ସର୍ବଦା କୃଷକମାନଙ୍କ ସହିତ ଅଛି ଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବ ବୋଲି ଆନ୍ଦୋଳନରେ ସାମିଲ ହୋଇଥିôବା ବିଜେଡି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking