ଗଞ୍ଜାମ : ଆସିକାରେ ପୃଥକ ପୃଥକ ଭାବେ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ବିଜେଡିର ଦୁଇ ଗୋଷ୍ଠୀ । ଗତକାଲି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆସିକା ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ ଓ ଏନଏସି ଚେୟାରମ୍ୟାନ ବିନେତା ସ୍ୱାଇଁ କାଉସିଲରମାନଙ୍କୁ ନେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟ ପ୍ରଦାନ କରି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଅନ୍ୟପଟେ ଆସିକା ପୂର୍ବତନ ସାଂସଦ ଓ ଆସିକା ପୂର୍ବତନ ବିଧାୟିକାଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠି ନିଜ ନିଜ ସାମର୍ଥକଙ୍କୁ ନେଇ ଦଳୀୟ କାର୍ୟ୍ୟାଳୟ ଠାରୁ ଏକ ବାଇକ ରାଲି କରି ବିଜୁ ବାବୁଙ୍କ ପ୍ରତି ମୃତିରେ ପୁସ୍ପମାଲ୍ୟ ଦେଇ ଆସିକା ମେଡିକାଲରେ ରୋଗିଙ୍କୁ ଫଳ ବଂଟନ କରିଥିଲେ । ପରେ ଦେବଭୁମି ଠାରେ ଏକ ବୈଠକ କରି ଦଳର ସଂଗଠନ ବିଷୟରେ ଅଲୋଚନା କରିଥିଲେ ।