ଭୁବନେଶ୍ୱର: ମିଶନ ଶକ୍ତି ମହିଳା ଧାରଣାରେ ବସିବା ପ୍ରସଙ୍ଗ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ ବିଜେପି ସରକାର ଷଡଯନ୍ତ୍ର କରୁଛି । ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରୁଛି । ମିଶନ ଶକ୍ତିରେ ୭୦ ଲକ୍ଷରୁ ଅଧିକ ମହିଳା ଅଛନ୍ତି। ବିଜେଡି ସବୁବେଳେ ମହିଳା ମାନଙ୍କ ସହିତ ରହିଛି । ଲୋୟର ପିଏମଜି ରେ ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ ଜୋର ଚାଲିଥିବା ବେଳେ , ଆଜି ବିଧାନସଭାରେ ବିରୋଧୀ ମିଶନ ଶକ୍ତିଙ୍କ ପ୍ରସଙ୍ଗ ଉଠାଇ ହୋ ହାଲା କରିଥିବାରୁ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ରଖାଯାଇଛି । ତେବେ ବିଜେଡି ର ବିଧ୍ୟାକ ଆତ୍ମନେ ମଧ୍ୟ ଏହି ଆନ୍ଦୋଳନ କୁ ସମର୍ଥନ କରି ଆନ୍ଦୋଳନ ରେ ଶ୍ସମିଲ ହୋଇଛନ୍ତି । ତେବେ ଏହି ପରିପେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।