ଭୁବନେଶ୍ୱର: ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ଏଭଳି କିଛି କହି ବର୍ଷିଲେ ଦେବୀ ରଞ୍ଜନ ତ୍ରିପାଠୀ । ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଲେ । ବିଜୁ – ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ନବୀନଙ୍କୁ ଟାର୍ଗେଟ କଲେ । ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି । ଏନେଇ ପ୍ରଭାତ ବିଶ୍ୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ । ତେଣୁ ଆଜି ନବୀନ ବାବୁ ଚାପରେ ଆସି ଏହା କହିଥାଇପାରନ୍ତି କହିଛନ୍ତି ଦେବୀ ରଞ୍ଜନ । ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି । ମାତ୍ର ନିଷ୍ପତ୍ତି ସହିତ ନାହିଁ । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ । ସୂଚନାଥାଉକି, ବାଙ୍କୀ ବିଜେଡି ଯୁବ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବାରୁ ଆଜି ତାଙ୍କ ସରକାରୀ ବାସଭବନ ଘେରାଉ କରିଥିଲା ବିଜେଡି । ଯୁବ ଓ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିଲା ।










