ଭୁବନେଶ୍ୱର: ବିଜେପିରେ ରବୀନ୍ଦ୍ର ଜେନା ସାମିଲ ନେଇ ବିଜେଡିର ଆକ୍ଷେପ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଗଣତନ୍ତ୍ରରେ ଶାସନ ପ୍ରକ୍ରିୟା ଓ ନେତୃତ୍ୱକୁ ଦେଖନ୍ତି ଭୋଟର ଓ ନେତା । ଶାସନ ପ୍ରକ୍ରିୟା ଓ ନେତୃତ୍ୱକୁ ଦେଖି ନେତା ଓ ଭୋଟର ଦଳ ବାଛନ୍ତି । ବିଜେଡିରେ ନେତୃତ୍ୱ ନାହିଁ, ଗତକାଲି ରବୀନ୍ଦ୍ର ଜେନା ନିଜେ କହି ସାରିଛନ୍ତି । ମୋଦି ବିଶ୍ୱର ଲୋକପ୍ରିୟ ନେତା ଓ ବିଜେପି ସର୍ବବୃହତ ପାର୍ଟି । ରାଜ୍ୟରେ ଯେଉଁ ୨ ବର୍ଷ ଧରି ବିକାଶ କାମ ହୋଇଛି ଲୋକେ ଆକର୍ସିତ ହେବେ । ବିଜେଡିର ଭିଜନ ନାହିଁ, କେବଳ କହିବା ଛଳରେ କହୁଛି । ନିଜ ଅପାରଗତା ଲୁଚାଇବା ପାଇଁ ବିଭିନ୍ନ ବାହାନା କରନ୍ତି ।ସେମାନେ ଯାହାକୁ ନିଲମ୍ବନ କରନ୍ତି କିଛି ନା କିଛି ବାହାନା ଦର୍ଶାନ୍ତି । ଚିଟଫଣ୍ଡ ମାମଲା ପାଇଁ ରବୀନ୍ଦ୍ର ପଦ୍ମ ଧରିଥିବା କହିଥିଲେ ସ୍ୱରୁପ ଦାସ ।









