ଭୁବନେଶ୍ୱର: ବିଜେପିରେ ମିଶି ବିଜେଡି ଛାଡିବାର ପ୍ରମୁଖ କାରଣ କହିଲେ ରବୀନ୍ଦ୍ର ଜେନା । କହିଲେ ବିଜେଡିର ଉତ୍ତରାଧିକାରୀ ପ୍ଲାନ ନାହିଁ, ସୁଶାସନ ଦେଇପାରିବନି ।ଯେଉଁ ଦଳ ଉତ୍ତା ଧିକାରୀ ବାଛି ପାରିନି, ସେହି ଦଳ ତିଷ୍ଠେନି । ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ, ଏହା ସୁଶାସନ ଦେଇପାରିବନି । ସୂଚନାଥାଉକି ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ରାଜ୍ୟ ପାର୍ଟି ଅଫିସରେ ପହଞ୍ଚି ବିଧି ବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ମିଶିଛନ୍ତି । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଛନ୍ତି । ଗତକାଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।










