ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରକ ବୟାନ । ସସ୍ମିତଙ୍କ ଔକାତ ନାହିଁ, ବିନା ଭିତିରି ନିର୍ଦ୍ଦେଶରେ ସେ ଏଭଳି କରିଥିବେ । ବିଜେଡି ଭିତରେ ଏବେ ଦୁଇଟା ବିଜେଡି । ଗୋଟିଏ ନବୀନଙ୍କ ବିଜେଡି ଆଉ ଗୋଟିଏ ପାଣ୍ଡିଆନଙ୍କ ବିଜେଡି । ଦ୍ୱିତୀୟ ଗୋଷ୍ଠିରେ କିଛି ବଚସ୍କର ହାଁ ଜୀ ସ୍ୱଭାବର ନେତା ଅଛନ୍ତି । ପାଣ୍ଡିଆନ ବିଜେଡି ପାଇଁ କିଛି ବି କରିନାହାଁନ୍ତି । ଦରମା ଆକାରରେ ପଇସା ନେଉଥିବା ସେ ଜଣେ କର୍ମଚାରୀ ଥିଲେ । ହାରିବା ପରଠାରୁ ଏବେ ବି ବିଜେଡି ଅସଜଡା ହୋଇ ରହିଛି । ବିଜେଡି ଏକାଠି ହେଲେ ଯାଇ ବିଜେପି-କଂଗ୍ରେସକୁ ଟକ୍କର ଦେଇପାରିବ ।